ଅପରାଧ

ଜାତୀୟ ରାଜପଥରେ ଯୁବକଙ୍କୁ ଛୁରା ଭୂସି ହତ୍ୟା

ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ପୁରୀ ଟାଉନ ଥାନା ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଗୁଲି ବୋଲି ଜଣାପଡିଛି।

ସୂଚନା ଅନୁସାରେ ମୃତ ରବିନାରାୟଣ ଗୋପାଳପୁର ଥାନା ତାଳପଦା ବିର୍ଲା ଗ୍ରାମର ରସାନନ୍ଦ ଦାଶଙ୍କ ଝିଅ ଉସାମଣୀଙ୍କୁ ବିବାହ କରି ଗୋପାଳପୁରରେ ରହୁଥିଲେ। ଆଜି ରାତିରେ ବାଲେଶ୍ୱରରୁ ଫେରି ଜଣେ ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିଲେ। ମାତ୍ର ସୋର ଥାନା ତଳନଗର ନିକଟରେ ସ୍ଥାନୀୟ ଲୋକେ ରବିନାରାୟଣଙ୍କୁ ରାସ୍ତା ଉପରେ ପଡ଼ିଥିବାର ଦେଖି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ସମୟରେ ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ି ଯାଉଥିବା ବେଳେ ରବିନାରାୟଣଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ତାଙ୍କ ସହିତ ଆସିଥିବା ଅନ୍ୟ ଜଣେ ଯୁବକ ଓ ବାଇକଟିର କୌଣସି ସନ୍ଧାନ ମିଳିନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରବିନାରାୟଣ ଙ୍କ ପେଟରେ ଛୁରା ମାଡ଼ କରାଯିବାରୁ ତାଙ୍କ ଅନ୍ତବୁଜୁଳା ବାହାରକୁ ବାହାରିଆସିଥିବା ଦେଖିବାକୁ ମିଳିଛି। ଖବର ପାଇ ତାଙ୍କ ସ୍ତ୍ରୀ ଡାକ୍ତରଖାନାରେ ପହଞ୍ଚି ଶବକୁ ଚିହ୍ନିଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଅପରାଧ ରାଜ୍ୟ

ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ହୋଇଥିଲେ ଗିରଫ

ମାଲକାନଗିରି ୨୮।୦୪ : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ
ଅପରାଧ ରାଜ୍ୟ

ନାଗ ସହିତ ନାଗିନ୍‌ ଡ୍ୟାନ୍ସ, ୫ ଅଟକ

କରଞ୍ଜିଆ ୨୮।୦୪: ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ । ବରଯାତ୍ରୀ ଶୋଭାଯାତ୍ରାରେ ନାଚିବା ପଡିଲା ମହଙ୍ଗା । ସାପ ଖେଳାଳି ସମେତ ୫ଜଣ ବାଦ୍ୟକାରଙ୍କୁ ଅଟକ ରଖିଛି