ରାଜ୍ୟ

ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ

ବାଲେଶ୍ଵର: ଚାନ୍ଦିପୁର ଥାନା ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପକ୍କା ପାଣିଟାଙ୍କି ପଡ଼ିବା ଫଳରେ ତାର ମୃତ୍ୟୁ ହୋଇଯାଇଛି। ମୃତ ଅନ୍ତେବାସୀ ହେଲେ ନାରାୟଣ ଟୁଡୁ(୧୦)। ଖୋର୍ଦ୍ଧା ଜିଲ୍ଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁତ୍ର ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ।

ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ଅନ୍ତେବାସୀଙ୍କ ସହ ଯାଇଥିଲେ। ହାତ ଧୋଇବା ସମୟରେ ହଠାତ୍ ସିମେଣ୍ଟ ତିଆରି ପାଣିକୁଣ୍ଡ ଭୁଶୁଡ଼ି ତଳକୁ ପଡ଼ିଥିଲା। ଅନ୍ୟ କିଛି ଅନ୍ତେବାସୀ ସାମାନ୍ୟ ଆହତ ହୋଇଥିବା ବେଳେ ନାରାୟଣ ଉପରେ କୁଣ୍ଡ ପଡ଼ିଥିଲା। ତା’ର ମୁଣ୍ଡ, ଗୋଡ଼ରେ ଆଘାତ ଲାଗିଥିଲା। ତାକୁ ବାଲେଶ୍ଵର ଡାକ୍ତରଖାନା ଅଣା ଯାଇଥିଲା। ଡାକ୍ତର ନାରାୟଣକୁ ମୃତ ଘୋଷଣା କରିଥିଲେ। ନାରାୟଣର ପରିବାରକୁ ଖବର ଦିଆଯାଇଛି। ସେମାନେ ଭୁବନେଶ୍ୱରରୁ ପହଞ୍ଚି ନଥିବା ଜଣାପଡ଼ିଛି।

ଚାନ୍ଦିପୁର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ନାରାୟଣ ମୃତ୍ୟୁ ବାବଦରେ ସ୍କୁଲ କର୍ତ୍ତୃପକ୍ଷ ରବୀନ୍ଦ୍ର ବାରିକଙ୍କୁ ପଚାରିବାରୁ ପିଲା ହାତ ଧୋଉଥିବା ବେଳେ ପାଣିଟାଙ୍କି ଉପରୁ ତଳକୁ ଭୁଶୁଡ଼ି ପଡ଼ିଲା। ଫଳରେ ପିଲାଟି ଉପରେ ଟାଙ୍କି ପଡ଼ିବାରୁ ତା’ର ମୃତ୍ୟୁ ହେଲା ବୋଲି ସେ ଅଭିଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।