ରାଜ୍ୟ

ବାଚସ୍ପତି ପଦ ପାଇଁ ଏନ୍‌ଡିଏରୁ ଓମ୍‌ ବିର୍ଲା ଓ ବିରୋଧୀ ପକ୍ଷରୁ କେ ସୁରେଶ

ନୂଆଦିଲ୍ଳୀ: ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀ ନିଜ ନିଜର ବାଚସ୍ପତି ପ୍ରାର୍ଥୀ ଚୟନ କରି ସାରିଛନ୍ତି। ମଙ୍ଗଳବାର ଦିନ ଶାସକ  ଏନ୍‌ଡିଏ ବାଚସ୍ପତି ପ୍ରାର୍ଥୀ ଭାବେ ପୁଣି ଥରେ ଓମ ବିର୍ଲାଙ୍କୁ ବାଛିଥିବା ବେଳେ ବିରୋଧୀ ଇଣ୍ଡିଆ ବ୍ଳକ୍‌ କେ ସୁରେଶଙ୍କୁ ତାଙ୍କର ପ୍ରାର୍ଥୀ ଭାବେ ଚୟନ କରିଛି। ଆସନ୍ତାକାଲି ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଉଭୟ ଶାସକ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ବାଛି ସାରିଛନ୍ତି।

ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବାଚସ୍ପତି ନିର୍ବାଚନ ହେବ। ସୂତ୍ରରୁ ଜାଣିବାକୁ ମିଳିଛି ଯେ ସରକାର ଉପ ବାଚସ୍ପତି ବଦ ବିରୋଧୀ ଇଣ୍ଡିଆ ବ୍ଲକ୍‌କୁ ଦେବାକୁ ରାଜି ନହେବାରୁ କଂ‌ଗ୍ରେସ ୮ ଥର ଧରି ସାଂସଦ ବନିଥିବା କେ ସୁରେଶଙ୍କୁ ନିଜର ବାଚସ୍ପତି ପ୍ରାର୍ଥୀ ଭାବେ ବାଛିଛି।

ଶାସକ ଦଳ ପୁଣି ଥରେ ଓମ ବିର୍ଲାଙ୍କୁ ବାଚସ୍ପତି ପଦ ପାଇଁ ବାଛିବା ପରେ ବିରୋଧୀ ଉପ ବାଚସ୍ପତି ପଦ ପାଇଁ ଦାବି କରିଥିଲେ। ମାତ୍ର ଶାସକ ଦଳ ଉପ ବାଚସ୍ପତି ପଦ ପାଇଁ କୌଣସି ନିଶ୍ଚିତତା ପ୍ରଦର୍ଶନ ନକରିବାରୁ ବିରୋଧୀ ପକ୍ଷରୁ ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ବଛାଯାଇଛି।

ଓମ୍‌ ବିଲା ୪୧,୦୦୦ ଭୋଟ୍‌ ମାର୍ଜିନରେ କୋଟା ଲୋକସଭା ଆସନ ଜିତିଛନ୍ତି। ସେହିପରି କେ ସୁରେଶ ଅଷ୍ଟମ ଥର ଲାଗି ସାଂସଦ ବନିଛନ୍ତି। ସେ ପୂର୍ବରୁ ୟୁପିଏ ସରକାରର ଦ୍ବିତୀୟ ପାଳିରେ କେନ୍ଦ୍ର ମନ୍ତ୍ରୀ ରହି ସାରିଛନ୍ତି।

ଏବେ କାମଚଳା ବାଚସ୍ପତି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ ରହିଛନ୍ତି। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।