ରାଜ୍ୟ

ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ବେ ମାଲକାନଗିରି କଲେଜକୁ ସରକାରୀ ମାନ୍ୟତା କେବେ

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ସ୍ଥାପିତ ହୋଇ ପ୍ରାୟ ୪୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହୋଇଯାଇଛି। ମହାବିଦ୍ୟାଳୟ ପାଇଁ ଯେଉଁ ଯେଉଁ ବ୍ୟବସ୍ଥା ରହିବା କଥା ସେସବୁ ଏହି ମହାବିଦ୍ୟାଳୟରେ ରହିଛି।ପ୍ରାୟ ୧୨ ଏକର ଜମିରେ ମହାବିଦ୍ୟାଳୟ ନିର୍ମାଣ କରାଯାଇଛି। ଯୁକ୍ତ ଦୁଇ ଓ ଯୁକ୍ତ ତିନି କଳା ଓ ବାଣିଜ୍ୟ ପାଠ୍ୟକ୍ରମ ରହିଛି। ୨୨ ଜଣ ଅଧ୍ୟାପକ ରହିଥିବା ବେଳେ ୧୮୨୨ ଜଣ ଛାତ୍ରଛାତ୍ରୀ ଏହି ମହାବିଦ୍ୟାଳୟର ଅଧ୍ୟୟନ କରୁଛନ୍ତି। ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହୋଷ୍ଟେଲର ସୁବିଧା ମଧ୍ୟ ରହିଛି।ସମସ୍ତ ଭିତ୍ତିଭୂମୀଥିବା ସତ୍ତ୍ବେ ମାଲକାନଗିରି ମହାବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପ୍ରଦାନ କରାଗଲା ନାହିଁ।

ପ୍ରକାଶ ଥାଉକି ଗତ ୧୯୯୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ରହିଥିବା ସର୍ବପୁରାତନ କଲେଜଗୁଡିକକୁ ସରକାରୀ ମାନ୍ୟତା ପାଇଁ ଘୋଷଣା କରିଥିଲେ।ପରବର୍ତ୍ତୀ ସମୟରେ ସରକାର ବଦଳିବାରୁ ଏହାକୁ ସ୍ଥିଗତ ରହିଯାଇଛି। ଯେଉଁ କଲେଜଗୁଡିକକୁ ସରକାରୀ ମାନ୍ୟତା ପାଇଁ ଦାବି ଉଠଥିଲା, ସେଗୁଡିକ ହେଲା କୁଚିଣ୍ଡା କଲେଜ, ନୀଳଗିରି କଲେଜ, ବଣାଇଗୁଡା କଲେଜ, ମାଲକାନଗିରି କଲେଜ, ନବରଂଗପୁର କଲେଜ, ଗୁଣୁପୁର କଲେଜ, ରାୟଗଡା କଲେଜ, ଆନନ୍ଦପୁର କଲେଜ, ଚମ୍ପୁଆ କଲେଜ, ରାଇରଂଗପୁର କଲେଜ, କରଞ୍ଜିଆ କଲେଜ ଏବଂ ବାଲିଗୁଡା କଲେଜ। ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଏହି ୧୨ଟି କଲେଜକୁ ସରକାରୀ ମାନ୍ୟତା ଦେବା ପାଇଁ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ଭେଟି ଦାବି ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ନିଜ ଅଂଚଳର ଚମ୍ପୁଆ କଲେଜକୁ ସରକାରୀ ମାନ୍ୟତା ଦେବା ନେଇ ପୂର୍ବରୁ ବହୁ ବାର ଦାବି ଉଠଇଥିଲେ।ସେହିପରି ମାଲକାନଗିରି ଜିଲ୍ଲାର ସମସ୍ତ ସଂଘ, ଟ୍ରେଡ ୟୁନିଅନ, ପୂର୍ବତନ ଛାତ୍ର ସଂଘ ସମେତ ବିଭିନ୍ନ ରାଜନୈତିକ ଦଳମାନେ ମଧ୍ୟ ସରକାରୀ ମାନ୍ୟତା ନେଇ ଦାବି କରିବା ସହ ଜିଲ୍ଲା ବନ୍ଦ ଡାକରା ଦେଇଥିଲେ।

ତେବେ ୨୦୧୮ ମସିହାରେ କିନ୍ତୁ ଏସବୁ କଲେଜକୁ ସରକାରୀ ମାନ୍ୟତା ଦେବା ପୂର୍ବରୁ ଭିତ୍ତିଭୂମୀ ସଜାଡିବା ପାଇଁ ଦେଢ କୋଟି ଟଂକା ପ୍ରଦାନ କରାଯାଇଥିଲା। ଏହି ଟଂକାରେ କଲେଜର ବହୁ କାର୍ଯ୍ୟ ହୋଇଛି। କିନ୍ତୁ ସରକାର ଆଉ ସରକାରୀ କଲେଜ ଭାବେ ମାନ୍ୟତା ଦେଲେ ନାହିଁ। ଆସନ୍ତା ସ୍ବାଧୀନତା ଦିବସ ଦିନ ମାଲକାନଗିରି କଲେଜକୁ ସରକାରୀ କଲେଜ ଭାବେ ମାନ୍ୟତା ଦେବା ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି। ଏହି କଲେଜରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଉଚ୍ଚ ପଦାଧିକାରୀ ହୋଇଥିଲେ ମଧ୍ୟ ଏହି କଲେଜ ସରକାରଙ୍କ ଖାତେରେ ଲିପିବଦ୍ଧ ହୋଇପାରୁ ନାହିଁ। ନୂଆ ସରକାରଙ୍କୁ ନେଇ ଜିଲ୍ଲାବାସୀ ବହୁ ଆଶା ରଖିଛନ୍ତି। ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଏଥରର ସରକାର ନିଶ୍ଚିତ ସହୃଦୟ ହେବେ ବୋଲି କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।