ରାଜ୍ୟ

ଚଳିତ ଥର ଗ୍ରୀଷ୍ମଋତୁରେ ୨୬ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଚଳିତ ଥର ଗ୍ରୀଷ୍ମ ଋତୁରେ ଗତକାଲି ସୁଦ୍ଧା ୨୬ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି। ଏଥିରୁ ୨୦ ମାମଲା ରାଉରକେଲାର। ସେମାନଙ୍କ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି। ଆଉ କିଛି ମୃତକଙ୍କ ପୋଷ୍ଟମର୍ଟମ ଚାଲିଛି। ଏନେଇ ଯୁଗ୍ମ ତଦନ୍ତ ଚାଲିଛି। ଏଭଳି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ସେ ଆହୁରି କହିଛନ୍ତି,  ସୁନ୍ଦରଗଡ଼ ଓ ଝାରସୁଗୁଡାରୁ ଅଧିକ ହିଟୱେଭ ମାମଲା ଆସୁଛି। ବର୍ଷା ପାଇଁ ହିଟୱେଭ ସାମାନ୍ୟ କମିଛି। ତେବେ ଏବେ କିଛି ଅଂଶୁଘାତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। କାରଣ ଭବିଷ୍ୟତରେ ହିଟୱେଭର ସମ୍ଭାବନା ଅଛି। ଖଣି ଅଞ୍ଚଳରୁ ହିଟୱେଭ ମାମଲା ଅଧିକ ଅଛି। ସେଠି ସତର୍କ ରହିବାକୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।