ଅପରାଧ ରାଜ୍ୟ

କାଲିମେଳା: ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ

କାଲିମେଳା: କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଗତକାଲି ବିଳମ୍ଭିତ ରାତିରେ ଅପହରଣ କରିନେଇଥିବା ଜଣା ପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କ୍ଵାର୍ଟରରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଛାଡ଼ି ଯାଇଥିବାର ସୂଚନା ମିକିଛି। ସରକାରୀ କ୍ଵାଟର ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବାର ଦେଖିବାକୁ ମିଳିଛି।

ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି। ଅନ୍ୟପଟେ ଏସଡିପିଓ ସଚିନ ପଟେଲ ମେଡିକାଲକୁ ଆସି ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀ ନାଁ କେହି ଦୁର୍ବୃତ୍ତ ଅପହରଣ କରିଛନ୍ତି ସେ ବିଷୟରେ ସଠିକ ସୂଚନା ମିଳିପାରିନାହିଁ । ଘଟଣା ଯୋଗୁଁ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।