ଅପରାଧ ରାଜନୀତି ରାଜ୍ୟ

ବୁଥ ପାଲଟିଲା ରଣକ୍ଷେତ୍ର । ସାଲେପୁର ମାଳଶାସନ ବୁଥରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ । ସେପଟେ ଧାମନଗର ଦୋବଲ ୧୫୧ ବୁଥରେ ମାରପିଟ୍ ।

କନକ ବ୍ୟୁରୋ: ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଲେ ବିଜେଡି ସମର୍ଥକ । ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି  ।

ଆହତଙ୍କ କହିବା ଅନୁସାରେ, ଶତାଧିକ  ବିଜେଡି ସମର୍ଥକ ବୁଥ୍ ଭିତରକୁ ପଶି ବୁଥ୍ କ୍ୟାପଚର କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ବିରୋଧ କରିଥିଲେ ବିଜେଡି ପ୍ରାର୍ଥୀଙ୍କ ଏଜେଣ୍ଟ । ହେଲେ ତାଙ୍କୁ ଧମକ ଦେବାରୁ ସେ ଦୌଡି ପଳାଇଆସୁଥିବାବେଳେ ପଛପଟୁ ତାଙ୍କୁ ପନିକିରେ ଆକ୍ରମଣ କରିଥିଲେ । ତାଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି ସମର୍ଥକ ।  ତେବେ ଯେଉଁଠି ବିଜେଡିର ଭୋଟ କମିବା ସମ୍ଭାବନା ରହିଛି ସେଠାରେ ବିଜେଡି ସମର୍ଥକମାନେ ଲୋକଙ୍କୁ ଡରାଇ ଧମକାଇ ବିଜେଡିରେ ଭୋଟ ଦେବାକୁ କହୁଥିବା କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ୍  ରାଏ । ପୋଲିସ ଆଗରେ ସବୁ ଘଟଣା ଘଟଣା ଘଟିଥିବାବେଳେ ପୋଲିସ ନୀରବ ରହୁଥିବା ଅଭିଯୋଗ  ହୋଇଛି ।

 ସେପଟେ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ମଧ୍ୟ ନିର୍ବାଚନୀ ହିଂସା ଘଟିଛି । ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର