ମନୋରଞ୍ଜନ

ତନିଶା ତନ୍ମୟାରୁ ସୀୟା

ଏବେ ଓଡ଼ିଆ ସିନେମାର ସଂଖ୍ୟା ଯେପରି ବଢ଼ିଛି, ଠିକ୍ ସେହିପରି ନୂଆ କଳାକାରଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏହିକ୍ରମରେ ଆଗକୁ ବଡ଼ପରଦାକୁ ଆସୁଛନ୍ତି ଜଣେ ନବାଗତା, ଯାହାଙ୍କ ନାମ ସୀୟା। ତାଙ୍କର ପ୍ରକୃତ ନାମ ହେଲା ତନିଶା ତନ୍ମୟା, ମାତ୍ର ସ୍କ୍ରିନ୍ ନାଆଁ ରହିଛି ସୀୟା।
ସୀୟା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ବ୍ରହ୍ମପୁରରେ ଆୟୋଜିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ମିସ୍ ସିଲ୍‌କସିଟି’ରେ ମିସ୍ ଫ୍ୟାସନ୍ ଆଇକନ୍ ଭାବେ ମନୋନୀତ ହୋଇଥିଲେ। ଅଭିନେତ୍ରୀ ହେବାର ଲକ୍ଷ୍ୟ ନେଇ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ରିୟଲିଟି ସୋ ‘ଟିକେ ଡ୍ୟାନ୍ସ ଟିକେ ଆକ୍ଟିଂ’ର ସିଜିନ୍-୧ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ, ଏଥିରେ ରନର୍ସଅପ୍ ବି ହୋଇଥିଲେ। ଏହାପରେ ନିର୍ଦ୍ଦେଶକ ସୁଧାକର ବସନ୍ତ ତାଙ୍କୁ ମୁକ୍ତି ପ୍ରତୀକ୍ଷିତ ‘ହିଟଲର୍’ ସିନେମାରେ ପ୍ରଥମ ସୁଯୋଗ ଦେଇଥିଲେ। ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ବି ସୀୟା ହିଁ ରହିଛି। ଏଥିରେ ତାଙ୍କୁ ନାୟକ ଦୀପକଙ୍କ ଭଉଣୀ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ।

ପ୍ରଥମ ସିନେମାରେ ଭଉଣୀ ଭୂମିକାକୁ କାହିଁକି ସ୍ବୀକାର କଲେ ବୋଲି ପ୍ରଶ୍ନରେ ସୀୟା କହନ୍ତି, ‘‘ଫିଲ୍ମରେ ତାଙ୍କର ଭୂମିକାଟି ବେଶ୍ ବଡ଼ ଓ ଗୁରୁତ୍ବପୂର୍ଣ୍ଣ। ତା’ଛଡ଼ା ଆଗରୁ କେତେକ ନାୟିକା ତ ପ୍ରଥମ ସିନେମାରେ ଭଉଣୀ ଭୂମିକା ନିଭାଇଛନ୍ତି। ମ୍ୟୁଜିକ୍ ଆଲବମ୍ ଓ ଟେଲି ଧାରାବାହିକରେ ଲିଡ୍ ରୋଲ୍ ପାଇଁ ପ୍ରସ୍ତାବ ମିଳିଥିଲେ ବି ତାକୁ ‘ନା’ କହିଛି। ଆଗକୁ ନାୟିକା ହେବାର ଆଶା ରଖିଛି।’’ ଅଧ୍ୟାପକ ନିରଞ୍ଜନ ପାତ୍ର ଓ ଶିକ୍ଷୟିତ୍ରୀ ନମିତାରାଣୀ ପାତ୍ରଙ୍କ କନ୍ୟା ସୀୟା ଯୁକ୍ତ ଦୁଇ ବିଜ୍ଞାନ ପଢ଼ା ‌େଶଷ କରିଛନ୍ତି। ପାଠପଢ଼ା ସାଙ୍ଗକୁ ଜଣେ ସଫଳ ଅଭିନେତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ