ମନୋରଞ୍ଜନ

ଶାହରୁଖଙ୍କ ପ୍ରେମରୋଗ

ନିକଟରେ ଶାହରୁଖ ଖାନ୍‌ଙ୍କ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌) ଟ୍ରଫି ହାତେଇଛି। ଆଉ ନିଜ ଦଳ ଜିତିବା ବେଳର ଖୁସି କିଙ୍ଗ୍‌ଖାନ୍‌ଙ୍କ ଚେହେରାରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା ଯେତେବେଳେ ସେ ଉତ୍ସାହିତ ହୋଇ ଷ୍ଟାଡିୟମ୍‌ ଭିତରେ ନିଜ ପତ୍ନୀ ଗୌରୀଙ୍କୁ ଚୁମ୍ବନ ଦେଇଥିଲେ।

ସୁପର୍‌ଷ୍ଟାର୍‌ ଶାହରୁଖ ଖାନ୍‌ ତାଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନେଇ କେତେ ଯତ୍ନବାନ୍ ତାହା ସମସ୍ତେ ଜାଣନ୍ତି। ଦୁହେଁ କଲେଜ ଦିନରୁ ପରସ୍ପରକୁ ଭଲ ପାଉଥିଲେ। ଶାହରୁଖଙ୍କୁ ବୟସ ୧୮ ବର୍ଷ ହୋଇଥିବା ବେଳେ ସେ ଗୌରୀଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୧ ମସିହାରେ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତା’ ପରବର୍ଷ ୧୯୯୨ ମସିହାରେ ଶାହରୁଖ୍‌ ବଲିଉଡ୍‌ରେ ପଦାର୍ପଣ କରିଥିଲେ। ସେ ସମୟରେ ଗୌରୀଙ୍କୁ ଲାଗୁଥିଲା ବୋଧହୁଏ ୧-୨ଟି ସିନେମା କରିବା ପରେ ବଲିଉଡ୍‌ ଆଉ ଶାହରୁଖଙ୍କୁ ସୁଯୋଗ ଦେବ ନାହିଁ। ମାତ୍ର ଈଶ୍ବରଙ୍କ ଇଚ୍ଛା ଥିଲା ଭିନ୍ନ, ସାଧାରଣ ତାରକାରୁ ସେ ବନିଗଲେ କିଙ୍ଗ୍‌ଖାନ୍‌। ଏବେ ବଲିଉଡ୍‌ର ଏହି ସୁନ୍ଦର ଯୋଡ଼ି ନିଜର ତିନି ପିଲା ଆର୍ଯ୍ୟନ୍, ସୁହାନା ଓ ଆବ୍ରାମ୍‌ଙ୍କୁ ନେଇ ବେଶ୍‌ ଖୁସିରେ ଅଛନ୍ତି।

ଏକ ସାକ୍ଷାତ୍‌କାରରେ ଗୌରୀ ନିଜର ବିତିଲା ଦିନର କଥାକୁ ମନେପକାଇ କହିଛନ୍ତି କି ଶାହରୁଖ ଖୁବ୍‌ ରକ୍ଷଣଶୀଳ ସ୍ବଭାବର ଥିଲେ। ଏପରିକି ସେ ଗୌରୀଙ୍କୁ ଧଳା ପୋଷାକ ପିନ୍ଧିବାକୁ ଦେଉ ନଥିଲେ। ତାଙ୍କୁ ଲାଗୁଥିଲା କି ଧଳା ପୋଷାକ ପିନ୍ଧିଲେ ହୁଏତ ଗୌରୀଙ୍କ ଅଙ୍ଗ ଦେଖାଯିବ। ପତ୍ନୀଙ୍କ ପ୍ରତି ନିଜର ଭଲପାଇବା ଶାହରୁଖଙ୍କୁ ଏପରି ଚିନ୍ତା କରିବାକୁ ବାଧ୍ୟ କରୁଥିଲା ବୋଲି ଗୌରୀ କହିଛନ୍ତି। ସେ ଏକଥା ବି କହିଛନ୍ତି କି ଶାହରୁଖ ତାଙ୍କୁ ନେଇ ଏତେ ଅଧିକ ଯତ୍ନବାନ୍‌ ଥିଲେ ଯେ ତାହାକୁ ଏକ ବେମାରୀ ବା ରୋଗ ବୋଲି ବି ଧରିନିଆଯାଇପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ