ଅପରାଧ ଦେଶ ବିଦେଶ

ବୋମା ଧମକ ମିଳିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ମୁମ୍ବାଇ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଶନିବାର ସକାଳୁ ଜରୁରୀକାଳୀନ ଅବତରଣ କରାଯାଇଛି। ଜାଣିବାକୁ ମିଳିଛି ଯେ ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି।

ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି।

ଏ ସଂପର୍କରେ ଏୟାରଲାଇନ୍ସ ଏକ ବିବୃତିରେ କହିଛି କି, “ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଯାଇଛନ୍ତି। ବିମାନଟିକୁ ବର୍ତ୍ତମାନ ଯାଞ୍ଚ୍‌ କରାଯାଉଛି। ସମସ୍ତ ସୁରକ୍ଷା ଯାଞ୍ଚ୍‌ ଶେଷ ହେବା ପରେ ବିମାନଟିକୁ ଟର୍ମିନାଲ ଅଞ୍ଚଳରେ ରଖାଯିବ।”

କିଛି ସପ୍ତାହ ଭିତରେ ଏହା ହେଉଛି ଦ୍ବିତୀୟ ଘଟଣା। ପୂର୍ବରୁ ମଧ୍ୟ କିଛି ଦିନ ତଳେ ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିଥିଲା। ମେ ୨୩ ତାରିଖରେ ଦିଲ୍ଲୀରୁ ବାରଣାସୀ ଯାଉଥିବା ବିମାନରେ ବୋମା ଥିବା ଧମକ ମିଳିଥିଲା। ଧମକ ପରେ ଯାତ୍ରୀମାନଙ୍କୁ ଏମର୍ଜେନ୍ସି ଏକ୍‌ଜିଟ୍‌ ବାଟ ଦେଇ ବାହାରକୁ ବାହାର କରାଯାଇଥିଲା।

ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁଯାୟୀ ଧମକ ମିଳିବାର ୯୦ ସେକେଣ୍ଡ ମଧ୍ୟରେ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ଆବଶ୍ୟକ। ଯାତ୍ରୀମାନେ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କର କୌଣସି ବ୍ୟାଗ ନେବା ଅନୁଚିତ।

ଦିଲ୍ଲୀ ଘଟଣାରେ ସୁରକ୍ଷା ନିର୍ଦ୍ଦେଶାବଳୀକୁ ଅଣଦେଖା କରାଯାଇଥିବାରୁ ଇଣ୍ଡିଗୋ ଦୁଇ ପାଇଲଟ୍ ଏବଂ ଚାରିଜଣ କ୍ୟାବିନ ସଦସ୍ୟଙ୍କୁ ହଟାଇ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ