ରାଜ୍ୟ

ନାବାଳିକାଙ୍କୁ ଧର୍ଷଣ ଉଦ୍ୟମ ପରେ ବିଭତ୍ସ ହତ୍ୟା ଘଟଣା: ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ସୁନ୍ଦରଗଡ:ନାବାଳିକାଙ୍କୁ ଧର୍ଷଣ ଉଦ୍ୟମ ପରେ ବିଭତ୍ସ ହତ୍ୟା ଘଟଣାର ଶୁଣାଣିରେ ଅଭିଯୁକ୍ତ ସୁମିତ ମିଞ୍ଜକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସୁନ୍ଦରଗଡ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।
୧୦.୦୨.୨୦୧୭ ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁରେ ୧୧ ବର୍ଷର ନାବାଳିକା ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଅଭିଯୁକ୍ତ ତାକୁ ସେହି ସ୍ଥାନରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ଧର୍ଷଣ ଉଦ୍ୟମ କରିବା ସମୟରେ ନାବାଳିକା ଚିତ୍କାର କରିବାରୁ ପ୍ରଥମେ ବେକ ଚିପି ହତ୍ୟା କରିବା ପରେ ପଥରରେ ଛେଚି ଦେଇଥିଲା। ଏହା ପରେ ବିଭସ ଭାବରେ ଚାପଡରେ କାଟି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା ।

ଗୁରୁବାର ଏହି ଘଟଣାର ଶୁଣାଣୀ କରି ସୁନ୍ଦରଗଡ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଆହୁରି ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସ୍ବତନ୍ତ୍ର ପିପି ଦେବାଶିଷ ମିଶ୍ର ଏହି ମାମଲା ପରିଚାଳନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।