ରାଜ୍ୟ

ପୂର୍ବତନ ସରପଞ୍ଚଙ୍କ ମୃତଦେହ ଜବତ: ରାଜନୈତିକ ଝଗଡ଼ାରୁ ହତ୍ୟା ସନ୍ଦେହ, ୩ ଅଟକ

ଛେଣ୍ଡିପଦା: ଜରପଡ଼ା ଥାନା ଜେରଙ୍ଗ ଦେହୁରୀସାହି ଗ୍ରାମର ଅଧିବାସୀ ତଥା ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଗଡ଼ନାୟକ(୬୨)ଙ୍କ ମୃତଦେହ ଆଜି ତାଙ୍କ ଘରର ପର୍ଟିକୋରୁ ଜବତ କରାଯାଇଛି। ରାଜନୈତିକ ଝଗଡ଼ାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ହେଲେ ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କର ଛାତରୁ ପଡ଼ି ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି। ଏଥି‌ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ବେଳେ ଗାଁ ଉପରେ ପୁଲିସ କଡ଼ା ନଜର ରଖିଛି।

ବିଭୂତିଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଭୂତିଙ୍କ ଦାଦା ଝିଅ ଭଉଣୀଙ୍କର ଶୁଦ୍ଧିକ୍ରିୟା ଭୋଜି ଥିଲା। ଭୋଜି ପରେ ରାତିରେ ବିଭୂତି ତାଙ୍କ ଘରର ଛାତ ଉପରେ ଶୋଇଥିଲେ। ସକାଳେ ତାଙ୍କ ମୃତଦେହ ତଳେ ପଡ଼ିଥିବା ଦେଖାଯାଇଥିଲା। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। କାରଣ ଗତ ୨୫ ତାରିଖରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଦିନ ୨ଟାବେଳେ ବିଭୂତିଙ୍କ ସହିତ ତାଙ୍କର ୩ ଜଣ ପଡ଼ୋଶୀ ଯୁବକଙ୍କ ସହିତ ରାଜନୈତିକ କାରଣରୁ ଝଗଡ଼ା ହୋଇଥିଲା। ସେଦିନ ରାତିରେ ବିଭୂତି ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ତା’ ପରଦିନ ଥାନାରେ ଉଭୟ ପକ୍ଷର ବିବାଦର ସମାଧାନ ହୋଇଥିଲା।

ତାଙ୍କ ସହିତ ଝଗଡ଼ା କରିଥିବା ଯୁବକ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣା ସଂପର୍କରେ ପୁଲିସ ତଦନ୍ତ ଜାରି ରହିଛି। ତେବେ ହତ୍ୟାକାଣ୍ଡ ନେଇ କିଛି ସୁରାକ ମିଳି ନଥିବା ପୁଲିସ କହିଛି। ଅନୁଗୁଳ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ମୃତଦେହ ମିଳିବା ପ‌ରେ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତିରୁ ଛାତରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ପରି ଜଣାପଡ଼ୁଛି। ତେବେ ଘଟଣାର ସବୁ ଦିଗକୁ ନଜରରେ ରଖି ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଏସ୍‌ପି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।