ରାଜ୍ୟ

ମିଳିଲା ଆଶାଠାରୁ କମ୍‌ ନମ୍ବର: ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାଟ୍ରିକ୍‌ ପରୀକ୍ଷାରେ ଆଶାନୁରୂପ ଫଳାଫଳ ନ ମିଳିବାରୁ କୀଟନାଶକ ପିଇ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ, ଗୁଣୁପୁର ଗ୍ରାମର ରମେଶ ସାହୁଙ୍କ ପୁଅ ରୀତେଶ ସାହୁ(୧୫)। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଗତକାଲି ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ମାଟ୍ରିକ୍‌ ପରୀକ୍ଷାରେ ଦେଇଥିବା ମେଧାବୀ ଛାତ୍ର ଗୁଣୁପୁର ଗ୍ରାମର ରୀତେଶ ସାହୁ ଭଲ ନମ୍ବର ରଖିବେ ବୋଲି ଆଶାବାଦୀ ଥିଲେ। ମାତ୍ର ସେ ୨୬୩ ନମ୍ବର ରଖିଥିବା ଜାଣିବାକୁ ପାଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଏହାପରେ ରୀତେଶ ଦିନ ପ୍ରାୟ ୧୧ଟାରେ କାହାରିକୁ ନ ଜଣାଇ ଏକ ଦୋକାନରୁ ବିରି ଫସଲରେ ପକାଇବାକୁ କହି କୀଟନାଶକ ଔଷଧ କିଣିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ସେ କୀଟନାଶକ ଔଷଧ ଥଣ୍ଡା ପାନୀୟରେ ମିଶାଇ ପିଇ ଦେଇଥିଲେ। ଏ ସମ୍ପର୍କରେ ପରିବାରବର୍ଗ ଜାଣିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ରୀତେଶ ୬ ଭଉଣୀରେ ଏକମାତ୍ର ଭାଇ ଥିଲେ। ତାଙ୍କ ବିୟୋଗରେ ପରିବାର ଓ ସମ୍ପର୍କୀୟ ଭାଙ୍ଗି ପଡ଼ିଛନ୍ତି। ଆଜି ତାଙ୍କ ମରଶରୀର କଟକରୁ ଅଣାଯିବା ପରେ କଲ୍ୟାଣପୁର ଛକରେ ତାଙ୍କର ଆତ୍ମୀୟସ୍ବଜନ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ଶ୍ମଶାନକୁ ନେଇ ସତ୍କାର କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।