ରାଜ୍ୟ

ନବୀନ ସରକାରଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାରଙ୍କୁ ମାଗଣା ବିଜୁଳି

ଭୁବନେଶ୍ବର: ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟ ଦ୍ବାରା ରାଜ୍ୟର ଜନସାଧାରଣ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ରାଜ୍ୟର ୯୦% ପରିବାରଙ୍କୁ ମାଗଣା ବିଜୁଳି ଯୋଜନାର ଲାଭ ମିଳିବ।

ବିଜେଡ଼ି  ପୁଣି ଥରେ ଜିତି ସରକାର ଗଠନ କଲେ ଜୁଲାଇ ମାସରୁ  ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଓଡ଼ିଶାର ‌ଲୋକଙ୍କୁ ଏହି ଯୋଜନା ଅନ୍ତର୍ଗତ ଏବେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ। ୧୦୦ରୁ ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ।

ଓଡ଼ିଶାରେ ବର୍ତ୍ତମାନ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟ୍‌ରୁ କମ୍‌ ବିଜୁଳି ବ୍ୟବହାର କରୁଥିବାରୁ ବହୁ ସଂଖ୍ୟାରେ ଲୋକ ଏହି ଯୋଜନା ଦ୍ବାରା ଉପକୃତ ହେବେ।ଏହାଦ୍ବାରା ସ୍ଥିରତା ସହିତ ଅଭିବୃଦ୍ଧି ଉପରେ ସରକାରଙ୍କ ଧ୍ୟାନ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନା ରାଜ୍ୟର ବର୍ତ୍ତମାନର ତଥା ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ରାଜ୍ୟର ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ବିଜୁଳି ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଓଡିଶାର ୭୫ ପ୍ରତିଶତ ପରିବାର ୧୦୦ ୟୁନିଟ୍ରୁ କମ୍ ବିଜୁଳି ବ୍ୟବହାର କରୁଥିବାବେଳେ ଏବଂ ଅବଶି‌ଷ୍ଟ ଦଶ ପ୍ରତିଶତ ୧୦୦ ରୁ ୧୫୦ ୟୁନିଟ୍ ବିଜୁଳି ଶକ୍ତି ବ୍ୟବହାର କରୁଛନ୍ତି ।

ଶକ୍ତି ସୁରକ୍ଷା ସହିତ ଏହି ଯୋଜନା ରାଜ୍ୟର ୮୫ରୁ ୯୦ ପ୍ରତିଶତ ଜନସଂଖ୍ୟାକୁ ଲାଭାନ୍ବିତ କରିବ। ଏହି ଯୋଜନା ଅନ୍ତର୍ଗତ ଗ୍ରାହକମାନେ ଶହେ ୟୁନିଟ୍ ପର୍ଯ୍ୟନ୍ତ ଶୂନ ବିଲ୍ ପାଇବେ ଏବଂ ୧୦୦ ରୁ ୧୫୦ ପର୍ଯ୍ୟନ୍ତ ପଚାଶ ୟୁନିଟ୍ ପାଇଁ ରିହାତି ପାଇବେ ।

ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ନେଇ ଲୋକଙ୍କୁ ଉତ୍ସାହିତ କରିବ । ଏହା ରାଜ୍ୟର ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ପକ୍ଷରୁ ଘୋଷଣା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।