ରାଜ୍ୟ

ଏଥର ବି ମତଦାନ ପ୍ରତିଶତ ଭଲ ରହିବ ବୋଲି ଆଶା: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲାଗି ମତଦାନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡ଼ିଶା । ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା। ସକାଳ ସାଢ଼େ ୫ ଟାରେ ମକ ପୋଲ ସମୟରେ ଇଭିଏମ ତ୍ରୁଟି ଜଣାପଡିଛି। ୫୨ ବ୍ୟାଲାଟ ୟୁନିଟ ବଦଳା ଯାଇଛି। କଳାହାଣ୍ଡିରେ ୧୦ ଇଭିଏମ୍ ଖରାପ ଥିବା ଜଣାପଡିଥିଲା। ମତଦାନ ପୂର୍ବରୁ ବଦଳା ଯାଇଥିଲା। ସବୁଠି ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ। ୪ ଲୋକସଭା କ୍ଷେତ୍ରର ସମସ୍ତ ଭୋଟରଙ୍କୁ ମୁଁ ଆଶ୍ୱସ୍ତ କରୁଛି । ଯେଉଁଠାରେ ଇଭିଏମ ତ୍ରୁଟି ହେବ ୩୦ ମିନିଟ ଭିତରେ ଆମେ ସମାଧାନ କରିଦେବୁ । ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ପାଗ ଅନୁକୂଳ ଥିବାରୁ ବହୁ ଲୋକ ବୁଥ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ସବୁବେଳେ ଭଲ ଭୋଟିଂ ହୋଇଥାଏ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ୨୦୧୯ ରେ ମତଦାନ ପ୍ରତିଶତ ଭଲ ରହିଥିଲା। ଏଥର ବି ମତଦାନ ପ୍ରତିଶତ ଭଲ ରହିବ ବୋଲି ଆଶା।

ଏଣେ ଆଇନ ଶୃଙ୍ଖଳା ଏଡିଜି  ସଞ୍ଜୟ କୁମାର କହିଛନ୍ତି, କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ନେଇ ଅଭିଯୋଗ ଆସିନାହିଁ । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ମୋବାଇଲ ପେଟ୍ରୋଲିଂ ଚାଲିଛି। ୫ ଲେୟରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୦୧୯ ସ୍ୱାଭିମାନ ଅଞ୍ଚଳର ୨୩ ବୁଥର ଭୋଟର ବିଏସଏଫ କ୍ୟାମ୍ପରେ ଭୋଟ ଦେଇଥିଲେ। ଏଥର ନିଜ ଗାଁରେ ସେମାନେ ଭୋଟ ଦେଉଛନ୍ତି। ସ୍ଵାଭିମାନ ଅଞ୍ଚଳରେ ୨୦୧୯ରେ ୧୦ ବୁଥରେ ମତଦାନ ପ୍ରତିଶତ ୦ ଥିଲା। ଏଥର ଲୋକ ଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି। ମାଓ ଅଧ୍ୟୁଷିତ ଅଞ୍ଚଳରେ କିଛି ସମସ୍ୟା ନଥିବା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।