ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡିଶା ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ରାଇଘର: ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ବଡ଼ ସଫଳତା ମିଳିଛି। ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ମିଳିତ ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି।

ମିଳିତ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ମିଳିତ ବାହିନୀର ଏନ୍‌କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

ଏହି ଏନ୍‌କାଉଣ୍ଟର ଗରିଆବନ୍ଧ ଜିଲ୍ଲା ମୈନପୁରର ସୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।