ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦ୍ୟୁତ୍‌ ବିଭାଗକୁ ବାଉଁଶ ଢିରା

ଦଶରଥପୁର: ବିଦ୍ୟୁତ୍‌ ବିଭାଗକୁ ବାଉଁଶ ଢିରା ଭରସା। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଏକାଧିକ ସ୍ଥାନରେ ବାଉଁଶ ଢିରା ଦେଇ ବିଦ୍ୟୁତ୍‌ ତାରକୁ ଟେକି ରଖାଯାଇଛି। ସାମାନ୍ୟ ଏପଟସେପଟ ହେଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ସ୍କୁଲ ଆଗରେ, ଗାଁ ମଝିରେ ଛଣଛପର ଘର ଉପରେ ଝୁଲୁଥିବା ତାରକୁ ବାଉଁଶ ଖୁଣ୍ଟରେ ଟେକି ରଖାଯାଇଛି। ମୁଖ୍ୟ ରାସ୍ତା କଡ଼ରେ ମଧ୍ୟ ବାଉଁଶ ଖୁଣ୍ଟ ରହିଛି। ଏ ସଂପର୍କରେ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି।

ଦଶରଥପୁର ବ୍ଲକ ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡ଼ା ଗାଁରେ ପ୍ରାୟ ୧୦ରୁ ଅଧିକ ସ୍ଥାନରେ ବାଉଁଶ ଖୁଣ୍ଟରେ କାମ ଚାଳାଇଛି ବିଦ୍ୟୁତ୍‌ ବିଭାଗ। କଣ୍ଟପଡ଼ା ବିଦ୍ୟାଳୟ, ଗାଁ ଦାଣ୍ଡ, ପାଲାମଣ୍ଡପ, ମନ୍ଦିର, ବିଲ ଆଦି ସ୍ଥାନରେ ବାଉଁଶ ଖୁଣ୍ଟରେ ବିଦ୍ୟୁତ୍‌ ତାରକୁ ଟେକି ରଖାଯାଇଛି। ଅନେକ ସ୍ଥାନରେ ଖୁଣ୍ଟ ଶୋଇରହି ତାର ଓଳି ରହିଛି। ଏଭଳି ସ୍ଥିତିରେ କେତେବେଳେ ବି କିଛି ଅଘଟଣ ଘଟିପାରେ ବୋଲି ଗାଁ ଲୋକେ ଆଶଙ୍କା କରୁଛନ୍ତି।

ନିଜାମପୁର ପଞ୍ଚାୟତ ରଡ଼ଙ୍ଗା ଗ୍ରାମର ପୋଖରୀକୂଳ, ଇଜାପୁର, କେରୁଣାଁ, ଚରପଡ଼ା ଆଦି ରାସ୍ତା ଉପରେ ବାଉଁଶ ଖୁଣ୍ଟରେ ବିଦ୍ୟୁତ୍‌ ତାର ଝୁଲୁଛି। ବିଭାଗର ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଲୋକମାନଙ୍କ ଧନଜୀବନ ପ୍ରତି ସବୁବେଳେ ବିପଦ ଆଶଙ୍କା ରହୁଛି। ସଂପ୍ରତି ବିଭାଗ ପକ୍ଷରୁ ମରାମତି, ବିଦ୍ୟୁତ୍‌ ଖୁଣ୍ଟ ସ୍ଥାପନ, ତାର ସଂଯୋଗ ତଥା ଅନ୍ୟାନ୍ୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି।

ଏ ଦିଗରେ ପ୍ରତିବର୍ଷ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଏଠାରେ ଏପରି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏଥିପ୍ରତି ତୁରନ୍ତ ଟାଟା ପାୱାର କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।