ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ କାମୁଡାରେ ୩ବର୍ଷ ପୁଅ ମୃତ, ବିଷାକ୍ତ ରକ୍ତ ଶୋଷି ବାହାର କରି ବାପା ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହିଲୁଙ୍ଗ ଗ୍ରାମରେ ସାପ କାମୁଡାରେ ତିନି ବର୍ଷର ନାବାଳକ ମୃତ` ମୃତକ ହେଲେ ଶାନ୍ତି କୋରାଙ୍କ ପୁଅ ସାଗର କୋରା । ପୁଅ ଦେହରୁ ସାପ ବିଷ କାଢିବା ପାଇଁ ବାପା କ୍ଷତ ସ୍ଥାନରେ ମୁହଁ ଲଗାଇ ଶୋଷିଥିଲେ। ଏହା ଯୋଗୁ ବାପା ଗୁରୁତର ହୋଇପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ହିଲୁଙ୍ଗ ଗ୍ରାମର ଶାନ୍ତି କୁରାଙ୍କ ନାବାଳକ ପୁଅ ସାଗର ଘର ସିଡି ତଳେ ଖେଳୁଥିଲେ।

ସେଠାରେ ଏକ ନାଗସାପ ସାଗରଙ୍କର ବାମ ଗୋଡ ,ଜଙ୍ଘ ଓ ପିଠିକୁ ଦଂଶନ କରିଥିଲା । ସାଗର ପାଟି କରିବାରୁ ବାପା ଶାନ୍ତି ଆସି ପୁଅକୁ ବଞ୍ଚାଇବାପାଇଁ ପାଟିରେ କ୍ଷତ ସ୍ଥାନରୁ ପାଟିରେ ରକ୍ତ ଶୋଷି ବିଷ ବାହାର କରୁଥିବାବେଳେ ସେ ମଧ୍ୟ ଅସୁସ୍ଥ ହୋଇପଡିଥିଲେ ।

ବାପ ପୁଅଙ୍କୁ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଡାକ୍ତର ନାବାଳକ ସାଗରକୁ ମୃତ ଘୋଷଣା କରିଥିଲେ। ବାପା ଶାନ୍ତି କୋରାଙ୍କୁ ଅଧିକ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।