ରାଜ୍ୟ ସ୍ପେଶାଲ ରିପୋର୍ଟ

ଜିଲ୍ଲା ଗଠନ ଦାବି ପ୍ରସଂଗ: କଣ୍ଟାବାଞ୍ଜିରେ ପଦ୍ମପୁର ଭଳି ସ୍ଥିତି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ ସ୍ବାଭାବିକ ଭାବେ ପୁରୁଣା ଦାବିଗୁଡ଼ିକ ଏବେ ମୁଣ୍ଡ ଟେକିଛି। ଏଥିରୁ ସର୍ବାଗ୍ରେ ରହିଛି ଜିଲ୍ଲା ଗଠନ ଦାବି। କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ୧୯୯୦ ମସିହାରୁ ଦାବି ରହିଛି। ଏହି ନିର୍ବାଚନମଣ୍ଡଳୀର ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା, କଣ୍ଟାବାଞ୍ଜି ଏନ୍‌ଏସି ସମେତ ଖପ୍ରାଖୋଲ ଏବଂ ବେଲପଡ଼ା ବ୍ଲକ୍‌ର କିଛି ଅଂଶକୁ ମିଶାଇ ଜିଲ୍ଲା ଗଠନ କରାଯାଉ ବୋଲି ଦାବି ରହିଛି। ବିଭିନ୍ନ ସମୟରେ ଏହି ଦାବି ନେଇ ବନ୍ଦ ଡାକରା, ରାସ୍ତାରୋକ ଏବଂ ମାରାଥନ୍‌ ଆନ୍ଦୋଳନ ହୋଇଛି। ଗତ ପଦ୍ମପୁର ଉପନିର୍ବାଚନ ବେଳେ ସେଠାରେ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ଯେମିତି ଝଡ଼ ସୃଷ୍ଟି କରିଥିଲା, ସମାନ ପରିସ୍ଥିତି କଣ୍ଟାବାଞ୍ଜିରେ ଉପୁଜିବାକୁ ଯାଉଛି। ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ପାଦ ରଖିବା ବେଳଠୁ ଜିଲ୍ଲା ଗଠନ ଦାବି ନେଇ ଦାବି ଓ ଆନ୍ଦୋଳନ ଜୋର୍‌ ଧରିଥିଲା। ଏବେ କଣ୍ଟାବାଞ୍ଜିରେ ଏହାର ଝଲକ୍‌ ଦେଖିବାକୁ ମିଳିଲାଣି। ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଆସିବା ପୂର୍ବରୁ କଣ୍ଟାବାଞ୍ଜି ସହର ଏବଂ ଉପକଣ୍ଠରେ ଜିଲ୍ଲା ଦାବିରେ ପୋଷ୍ଟର୍‌ ବ୍ୟାନର୍‌ ଲାଗିଲାଣି।

ଏହି ଅଭିଯାନକୁ ବ୍ଲକ୍‌ଗୁଡ଼ିକୁ ସମ୍ପ୍ରସାରିତ କରିବାକୁ ମଧ୍ୟ ଜିଲ୍ଲା ସଂଘର୍ଷ ସମିତି ଯୋଜନା କରିଛି। ଅର୍ଥାତ୍‌, ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀକୁ ଆସିବା ପୂର୍ବରୁ ସେଠାକାର ସବୁ ବ୍ଲକ୍‌ରେ ଜୋର୍‌ଦାର୍‌ ଦାବି କରିବାକୁ କ୍ଷେତ୍ର ପ୍ରସ୍ତୁତି ଚାଲିଛି। ପଦ୍ମପୁର ଉପନିର୍ବାଚନ ବିଜୟ ପରେ ଧନ୍ୟବାଦ ସଭାରେ ୨୦୨୩ ମସିହା ଭିତରେ ଜିଲ୍ଲା ଗଠନ କରାଯିବ ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପରେ ହାଇକୋର୍ଟ ଜିଲ୍ଲା ଗଠନ ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଥିଲା। ଏହାପରେ କଣ୍ଟାବାଞ୍ଜି, ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ପ୍ରକ୍ରିୟା ସାମାନ୍ୟ ଧିମା ରହିଥିଲା। କିନ୍ତୁ କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଲଢ଼ିବା ଚୂଡ଼ାନ୍ତ ହେବା ପରେ ଏହି ପ୍ରସଂଗ ପୁଣି ଲେଉଟିଛି। ଜିଲ୍ଲା ସଂଘର୍ଷ ସମିତି କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ କହନ୍ତି, ଆଗାମୀ ଦିନରେ କଣ୍ଟାବାଞ୍ଜିର ସବୁ ବିଧାୟକ ପ୍ରାର୍ଥୀଙ୍କୁ ଜିଲ୍ଲା ଘୋଷଣା ପାଇଁ ଦାବିପତ୍ର ଦିଆଯିବ। ଏହି ଆନ୍ଦୋଳନକୁ ବ୍ୟାପକ ଏବଂ ସରକାରଙ୍କ ଲୋକଲୋଚନକୁ ଆଣିବା ପାଇଁ ସବୁ କିସମର ପଦକ୍ଷେପ ହେବ ବୋଲି ଶ୍ରୀ ଗୁରୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।