ରାଜ୍ୟ ସ୍ପେଶାଲ ରିପୋର୍ଟ

ବୋଷ୍ଟନରେ ଓଡ଼ିଶା ଷ୍ଟାର୍ଟଅପ୍‌ର ସଫଳତା

ଭୁବନେଶ୍ୱର: ସଂପ୍ରତି ଆମେରିକାର ବୋଷ୍ଟନର ନର୍ଥ ଇଷ୍ଟର୍ଣ୍ଣ ୟୁନିଭର୍‌ସିଟିଠାରେ ଅନୁଷ୍ଠିତ ଷ୍ଟାର୍ଟଅପ୍‌ ପ୍ରତିଯୋଗିତା ପ୍ରଦର୍ଶନ ଓ ତତ୍‌ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା ଷ୍ଟାର୍ଟଅପ୍‌ କୃତିତ୍ୱ ଅର୍ଜନ କରିଛି। ଓଡ଼ିଶା ଷ୍ଟାର୍ଟଅପ୍‌ ଦ୍ୱାରା ସ୍ୱୀକୃତ ତଥା ଓଡ଼ିଶା ଷ୍ଟାର୍ଟଅପ୍‌ ଦ୍ୱାରା ପୁରସ୍କୃତ ନିଉରୂପ ଟେକ୍‌ ସଲ୍ୟୁସନ୍‌ କମ୍ପାନିର ପ୍ରତିଷ୍ଠାତା ଅନୂପ ପାଇକରାୟ ଏହି ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ବୋଷ୍ଟନଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଷ୍ଟାର୍ଟଅପ୍‌ ପ୍ରତିଯୋଗିତା ପ୍ରଦର୍ଶନରେ ପ୍ରାୟ ୧୦ ଗୋଟି ବିଶ୍ୱବିଦ୍ୟାଳୟ ଭାଗ ନେଇଥିଲାବେଳେ ଓୟୁଟିଆର୍‌ ଛାତ୍ର ଅନୁପ ଏକମାତ୍ର ଭାରତୀୟ ଛାତ୍ର ଭାବେ କୃତିତ୍ୱ ଅର୍ଜନ କରି ନିଜ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶା ଷ୍ଟାର୍ଟଅପ୍‌ ପାଇଁ ଗୌରବ ଆଣିଛନ୍ତି। ପୁରସ୍କାର ବାବଦରେ ସେ ୨ ଲକ୍ଷ ଟଙ୍କା ଓ ଟ୍ରଫି ପାଇଛନ୍ତି। ଅନୂପଙ୍କ ପ୍ରକଳ୍ପ ମୁଖ୍ୟତଃ ଆଫ୍ରିକାର ଗ୍ରାମାଞ୍ଚଳରେ ରହିଥିବା ୫୦ କୋଟି ମହିଳାଙ୍କ ଜୀବନର ମାନରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ । ପ୍ରକଳ୍ପ ଚୁଲିଭ୍‌ ବିଶ୍ୱର ପ୍ରଥମ ଅଟୋମେଟିକ୍‌ ଏୟାରବ୍ଲୋୟର୍‌ ମାତ୍ର ୫୦୦ ଟଙ୍କାରେ ମାଟି ଚୁଲିରେ ଆସୁଥିବା ଧୂଆଁକୁ ହ୍ରାସକରି ମହିଳାମାନଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।