ରାଜ୍ୟ ସ୍ପେଶାଲ ରିପୋର୍ଟ

ଯକୃତ୍‌ ପ୍ରତିରୋପଣ ପରେ ପାଇଲେ ନୂଆ ଜୀବନ: ଏଣିକି ପ୍ରତି ଗୁରୁବାର ଯକୃତ୍‌ ପ୍ରତିରୋପଣ ଓପିଡି

କଟକ: ନୂଆ ଜୀବନ ପାଇଛନ୍ତି କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମାନସ ବାରିକ। ଗତ ଏପ୍ରିଲ ମାସରେ ଏସ୍‌ସିବିରେ ରାଜ୍ୟର ପ୍ରଥମ ଯକୃତ (ଲିଭର୍‌) ପ୍ରତିରୋପଣ ଭାବେ ମାନସଙ୍କ ଶରୀରରେ ତାଙ୍କ ପତ୍ନୀ ରଶ୍ମିତାଙ୍କ ଲିଭର୍‌ ପ୍ରତିରୋପଣ କରାଯାଇଥିଲା। ଆଜି ସେ ସମୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଛନ୍ତି। କଟକ ବଡ଼ଡାକ୍ତରଖାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସଫଳ ଲିଭର୍ ପ୍ରତିରୋପଣ ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରତି ସପ୍ତାହରେ ଏହି ଦମ୍ପତିଙ୍କର ଫଲୋ-ଅପ୍‌ ଚିକିତ୍ସା କରାଯିବାକୁ ଥିବାରୁ ଡିସଚାର୍ଜ ପରେ ସେମାନେ ମେଡିକାଲ ପାଖରେ ଏସ୍‌ସିବି ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଏକ ଘରେ ରହୁଛନ୍ତି। ପ୍ରଥମ ଲିଭର୍‌ ପ୍ରତିରୋପଣର ସଫଳତା ଏସ୍‌ସିବିର ବିଶେଷଜ୍ଞଙ୍କ ମହଲରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଏଣିକି ପ୍ରତି ସପ୍ତାହରେ ଗୁରୁବାର ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ଯାଏ ଲିଭର୍‌ ପ୍ରତିରୋପଣ ଓପିଡି କରାଯିବାକୁ ନଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ମାନସ ଲିଭର୍ ସିରୋସିସ୍ ରୋଗରେ ପୀଡିତ ହୋଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ଲିଭର୍ ପ୍ରତିରୋପଣ ପାଇଁ କହିଥିଲେ। ତାଙ୍କ ପତ୍ନୀ ରଶ୍ମିତା ଲିଭର୍ ଦାନ କରିବାକୁ ରାଜି ହୋଇଥିଲେ। ଦୁଇଜଣଙ୍କ ଅସ୍ତ୍ରୋପଚାର ପରେ ରଶ୍ମିତାଙ୍କ ଲିଭର୍‌ର ପ୍ରାୟ ଦୁଇ ତୃତୀୟାଂଶ କାଢ଼ି ମାନସଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏହି ଜଟିଳ ଅସ୍ତ୍ରୋପଚାର ଏଆଇଜି, ହାଇଦ୍ରାବାଦ୍‌ର ବିଶେଷଜ୍ଞ ଟିମ୍ ଏବଂ ଏସସିବିର ବିଶେଷଜ୍ଞ ଟିମ୍‌ ମିଳିତ ଭାବେ କରିଥିଲେ, ଯାହା ସଫଳ ହୋଇଛି। ଗତ ଏପ୍ରିଲ୍‌ ୩ ତାରିଖରେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଆଜି ସେ ଦୁହେଁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି।

ଏସ୍‌ସିବି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଏଆଇଜି ହସ୍ପିଟାଲ୍‌ର ଲିଭର ପ୍ରତିରୋପଣ ବିଭାଗୀୟ ମୁଖ୍ୟ ଡାକ୍ତର ପି. ବାଲାଚନ୍ଦ୍ରନ୍‌ ମେନନ୍‌, ଭାଇସ୍‌ ପ୍ରସିଡେଣ୍ଟ ସନ୍ତୋଷ କୁମାର ସାହୁ, ଡାକ୍ତର ଶକ୍ତି ସ୍ବରୂପ, ଏସ୍‌ସିବି ଲିଭର୍‌ ପ୍ରତିରୋପଣ ବିଭାଗ ମୁଖ୍ୟ ତଥା ନୋଡାଲ୍‌ ଅଫିସର୍‌ ପ୍ରଫେସର ଡାକ୍ତର ରାଜେଶ କୁମାର ଦୋରା, ଡାକ୍ତର ପ୍ରମୋଦ ପଲେଇ, ଡାକ୍ତର ଏଲ୍‌.ଏନ୍‌. ମହାନ୍ତି, ଡାକ୍ତର ପୂଜା ମିଶ୍ର, ଡାକ୍ତର ପ୍ରଭାତ ନଳିନୀ ରାଉତ୍‌ରାୟ, ଡାକ୍ତର କୌମଦୀ ପଟ୍ଟନାୟକ, ଡାକ୍ତର ସ୍ମିତା ମହାପାତ୍ର, ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା ଓ ପ୍ରତିରୋପଣ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରକାଶ ଥାଉକି, ଗତ ଏପ୍ରିଲ ୩ ତାରିରେ ବଡ ମେଡିକାଲରେ ପ୍ରଥମଥର ଯକୃତ ପ୍ରତିରୋପଣ ହୋଇଥିଲା। ଏହାଫଳରେ ୧୨ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ମାନସ ଜଣେ ଡ୍ରାଇଭର୍‌ ହୋଇଥିବା ବେଳେ ତାଙ୍କ ଯକୃତ ପ୍ରତିରୋପଣ ସମ୍ପୂର୍ଣ୍ଣ ସରକାରୀ ଖର୍ଚରେ କରାଯାଇଥିଲା। ହାଇଦ୍ରାବାଦ୍‌ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି(ଏଆଇଜି)ର ୯ଜଣ ଏବଂ ବଡ ଡାକ୍ତୀରଖାନାର ୧୫ଜଣ ଡାକ୍ତରଙ୍କୁ ମିଶାଇ ମୋଟ୍ ୨୪ଜଣିଆ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।