ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାୟକଙ୍କ ନାମାଙ୍କନ ଶୋଭାଯାତ୍ରାରେ ଦୁର୍ଘଟଣା: ଟ୍ରକ ମାଡ଼ି ଯିବାରୁ ୩ ଯୁବକ ଗୁରୁତର 

ବଡ଼ମ୍ବା: ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ନାମାଙ୍କନପତ୍ର ଦାଖଲ ପାଇଁ ଶୋଭାଯାତ୍ରାରେ ଆଠଗଡ଼ ଯାଉଥିଲା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ପାଇଁ କଟକ ନିଆଯାଇଛି। ଆଜି ଦିନ ପ୍ରାୟ ୧୧ଟାରେ ଶ୍ରୀ ମିଶ୍ର ମା’ ଭଟ୍ଟାରିକାଙ୍କ ଦର୍ଶନ କରିବା ପରେ ବଡ଼ମ୍ବା ଗାନ୍ଧୀଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଶ୍ରୀ ମିଶ୍ର ନିଜର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆଠଗଡ଼ ଅଭିମୁଖେ ବାହାରିଥିଲେ।

ଶୋଭାଯାତ୍ରାରେ ଲୋକଙ୍କ ପ୍ରବଳ ଭିଡ଼ ଯୋଗୁଁ ଗାନ୍ଧୀଛକରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ଗାନ୍ଧୀଛକ ନିକଟରେ ଶୋଭାଯାତ୍ରା ଆଠଗଡ଼ ପଟକୁ ଯାଉଥିଲା ବେଳେ ଭିଡ଼ରେ ଫସିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ହଠାତ୍‌ ମାଡି ଯିବାରୁ ଆଗରେ ଥିବା ୬ଟି ବାଇକ୍‌, ୨ଟି ସାଇକଲ ସହ ତିନିଜଣ ଯୁବକଙ୍କୁ ଧକ୍କା ଦେଇଥିଲା। ଏଥିରେ ବଡ଼ମ୍ବାର ଆଲୋକ ନାୟକ, ନୁଖାପଡ଼ାର ରତିରଞ୍ଜନ ବେହେରା ଓ ବାଙ୍କୀ କଳାପଥର ଅଞ୍ଚଳର ଜୟନ୍ତ ପାଣିଗ୍ରାହୀ ଗୁରୁତର ଆହତ ହୋଇଥିଲେ। ତିନିଜଣଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବଡ଼ମ୍ବା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଲୋକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।