ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେପି ଓ ବିଜେଡି ବିରୋଧରେ ବର୍ଷିଲା କଂଗ୍ରେସ: ଓଡ଼ିଶାର ସ୍ୱାଭିମାନ ପାଇଁ ରାଜ୍ୟରେ ଦରକାର କଂଗ୍ରେସ ସରକାର

ଅନୁଗୁଳ: କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ପାଇଁ ଆଜି ଦେଶ ଓ ରାଜ୍ୟ ପଛରେ ପଡ଼ିଛି। ପ୍ରଚୁର ସମ୍ଭାବନା ଥାଇ ବି ଅନୁଗୁଳ ଓ ଢେଙ୍କାନାଳର ଆଖିଦୃଶିଆ ବିକାଶ ହୋଇପାରିନି। କଂଗ୍ରେସ ସରକାର ଆସିଲେ ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହ ଜାତୀୟ ରାଜପଥ ସମସ୍ୟା ଦୂର ହେବ ବୋଲି କହିଛନ୍ତି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା। ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏଠାରେ ଆାୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସସ୍ମିତା ତାଙ୍କର ନିଜସ୍ୱ ୧୦ ଦଫା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରି ଅନୁଗୁଳ ଓ ଢେଙ୍କାନାଳର ଅଧୁରା ସ୍ୱପ୍ନକୁ ପୂରା କରିବାର ଏକ ରୋଡ୍‌ମ୍ୟାପ ଉପସ୍ଥାପନ କରିଥିଲେ। ଏହି ଗ୍ୟାରେଣ୍ଟି କାର୍ଡରେ ମହିଳା, ଯୁବ, ଛାତ୍ର, ଚାଷୀ, ମଜଦୁର, ବେରୋଜଗାରଙ୍କୁ ଅଧିକ ଗୁରୁତ୍ୱ ଦେବା ସହ ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ସ୍ବାଭିମାନ ପାଇଁ ବିଜେପି-ବିଜେଡି ଅଦୃଶ୍ୟ ମେଣ୍ଟର ସରକାରକୁ ହଟାଇ କଂଗ୍ରେସ ସରକାର ଆସିବା ଦରକାର ବୋଲି ସେ କହିଥିଲେ।

ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ତଥା ଅନୁଗୁଳ ବିଧାନସଭା ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ କହିଥିଲେ, ଚାଷୀଙ୍କୁ ବୋନସ ଦେବା ସହ କୃଷିଋଣ ଛାଡ଼ କରାଯିବ। ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ। ବନ୍ତଳା ଦମକଳ କେନ୍ଦ୍ର ଓ ହିଡ଼ିସିଂହ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସେ ଗ୍ୟାରେଣ୍ଟି ଦେଇଥିଲେ। ସେହିପରି ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ସମସ୍ୟାର ସମାଧାନ ଓ ସମସ୍ତ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି। ତାଳଚେର ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ତାଳଚେରରେ ଚାଲିଥିବା ମାଫିଆରାଜର ଅନ୍ତଃ କରିବା ସହ ବିସ୍ଥାପିତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ସହ ପ୍ରତି ଗାଁରୁ ସର୍ବନିମ୍ନ ୨୦୦ ଜଣକୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମେଡିକାଲ କଲେଜର ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ପ୍ରତି ପ୍ରାଥମିକତା ଦେବା ପାଇଁ ଘୋଷଣା କରିଥିଲେ।

ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କରି ଅନୁଗୁଳ କେମିତି ପଛରେ ପଡ଼ିଛି ତା’ ଦର୍ଶାଇଥିଲେ। ଅନୁଗୁଳର ବିକାଶ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉ ନଥିବାରୁ ଆଜି ଅନୁଗୁଳରେ ଜାତୀୟସ୍ତରରେ କୌଣସି ଶିକ୍ଷାନୁଷ୍ଠାନଟିଏ ହୋଇପାରିଲା ନାହିଁ ବୋଲି କହିଥିଲେ। ଏଥିରେ ଅନୁଗୁଳ ଜିଲ୍ଲା ମିଡିଆ ସେଲର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର ପ୍ରମୁଖ ଯୋଗ ଦେଇ ସରକାର ବଦଳାଇବାକୁ ଆହ୍ବାନ ଦେବା ସହ ଏଥର କଂଗ୍ରେସ ସରକାର କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।