ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷାରେ କଟକ ଜଳବନ୍ଦି ଆଶଙ୍କା: ଏପ୍ରିଲରେ ବି ‌ଶେଷ ହେଲାନି ଡ୍ରେନ୍‌ ସଫେଇ

କଟକ: ମୌସୁମୀ ଆସିବା ପୂର୍ବରୁ ସହରର ସମସ୍ତ ଡ୍ରେନରୁ ମାର୍ଚ୍ଚ ସୁଦ୍ଧା ପଙ୍କୋଦ୍ଧାର କାମ ‌ଶେଷ କରାଯିବ। ପଙ୍କ‌ ସଫେଇ ସହ ସମସ୍ତ ନାଳରୁ ଭାସମାନ ଅଳିଆକୁ ଉଠାଯିବ। ସହରର ପରିମଳ ଦାୟିତ୍ବ ୩ଟି ଘରୋଇ ସଂସ୍ଥା ନେବା ପରେ ପୌର ନିଗମ ପକ୍ଷରୁ ଏପରି ଘୋଷଣା ହୋଇଥିଲା। ମାତ୍ର ଏପ୍ରିଲ ଶେଷ ହେବାକୁ ବସିଥିବା ବେଳେ ଏବେ ସୁଦ୍ଧା ସହରର ୫୦ ପ୍ରତିଶତ ପଙ୍କ ସଫେଇ କାମ ଶେଷ ହୋଇ ପାରିଲା ନାହିଁ। ଅନ୍ୟପଟେ ଜୁନ୍‌ରେ ବର୍ଷା ଆସୁଥିବା ବେଳେ ‌‌‌ମେ’ ମାସରେ ସଫେଇ କାମ ଶତପ୍ରତିଶତ ହେବାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଘରୋଇ ସଂସ୍ଥା ଗୁଡିକର ସଫେଇ କାମକୁ ଦେଖିଲେ ଚଳିତ ବର୍ଷ ସହର ବ‌ର୍ଷା ଓ ନର୍ଦ୍ଦମା ପାଣିରେ ଭାସିବ ବୋଲି ଆଶଙ୍କା ଦେଖା ଦେଇଛି।

ସହରର ପରିମଳ ଦାୟିତ୍ବ ୨୦୨୨ ଅକ୍ଟୋବରରୁ ୩ଟି ଘରୋଇ ସଂସ୍ଥା ଯଥା ମଞ୍ଜୁଶ୍ରୀ, ଜାଗୃତି ଓ ପ୍ରତ୍ୟୁଷ ହାତକୁ ଯିବାପରେ କଟକିଆଙ୍କ ଜଳବନ୍ଦୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଇଥିଲା। ମାତ୍ର ଘରୋଇ ସଂସ୍ଥା ଗୁଡିକର ପଙ୍କ ସଫେଇ କାମକୁ ଦେଖିଲେ ଏହାର ବାସ୍ତବତା ଉପରେ ପ୍ରଶ୍ନ ଉଠିଛି। ପୌର ନିଗମର ୫୯ ୱାର୍ଡର ସଫେଇ ସହ ସମସ୍ତ ଡ୍ରେନରୁ ପଙ୍କ ଉଦ୍ଧାର କାମ କରିବାକୁ ଘରୋଇ ସଂସ୍ଥାକୁ କୁହାଯାଇଥିଲା। ଏଥିରେ ସହର ମଧ୍ୟ ଦେଇ ଯାଇଥିବା ୧୮ କିଲୋମିଟର ଏମ୍‌ଏସ୍‌ଡବ୍ଲୁସି ୧ ଓ ୨ ଡ୍ରେନକୁ ଛାଡି ଦେଲେ ବାକି ୨୯ କିଲୋମିଟର ବିଏସ୍‌ଡବ୍ଲୁସି ଡ୍ରେନ, ୧୩୦ କିଲୋମିଟର ମେଜର ସର୍ଫେସ୍‌ ଡ୍ରେନ ଓ ୫୨୦ କିଲୋମିଟର ସର୍ଫେସ୍‌ ଡ୍ରେନର ସଫେଇ ଦାୟିତ୍ବ ୩ଟି ସଂସ୍ଥାକୁ ଦିଆଯାଇଛି। ନଭେମ୍ବରରୁ ସଫେଇ କାମ ଆରମ୍ଭ କରି ମାର୍ଚ୍ଚ ମଧ୍ୟରେ ‌ଶେଷ କରିବାକୁ ପୌର ନିଗମ ପକ୍ଷରୁ ସଂସ୍ଥାଙ୍କୁ କୁହାଯାଇଥିଲା। ମାତ୍ର ମାର୍ଚ୍ଚ ଯାଇ ଏପ୍ରିଲ ଶେଷ ହେବାକୁ ବସିଥିବା ‌ବେଳେ ସହରର ୫୦ ପ୍ରତିଶତ ଡ୍ରେନ ସ‌ଫେଇ କାମ ଏବେ ସୁଦ୍ଧା ହୋଇ ପାରିଲା ନାହିଁ। ସେପଟେ ୨୯ କିଲୋମିଟରର ବିଏସ୍‌ଡବ୍ଲୁସି ଡ୍ରେନରୁ ମାତ୍ର ୯ କିଲୋମିଟର ସଫେଇ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।