ରାଜ୍ୟ ସ୍ପେଶାଲ ରିପୋର୍ଟ

ଜ‌ୟନାରାୟଣଙ୍କ ଅପରାଧ ରେକର୍ଡ ଖୋଲିଲା ବିଜେଡି: ବିଭିନ୍ନ ଥାନାରେ ରହିଛି ବହୁ ମାମଲା

ସମ୍ବଲପୁର: ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବିଜେଡି ବଡ଼ ଆକ୍ରମଣ କରିଛି। ଜୟନାରାରଣଙ୍କ ନାଁରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ବୋଲି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମକୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସଂଜୟ ବାବୁ କହିଥିଲେ, ଜୟନାରାୟଣ ଅପରାଧିକ ଷଡ୍‌ଯନ୍ତ୍ର କରିବା, ଦଙ୍ଗା କରିବା ଭଳି ଅପରାଧ ଘଟାଇବା ସହିତ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧରେ ସଂଶ୍ଲିଷ୍ଟ ଅଛନ୍ତି। ତାଙ୍କ ବିରୋଧରେ ବରଗଡ଼ ଜିଲ୍ଲା ସୋହେଲା ଥାନାରେ ଗୋଟିଏ, ପାଇକମାଳ ଥାନାରେ ଦୁଇଟି, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରେ ସର୍ବାଧିକ ୫ ଟି ମାମଲା, ବୁର୍ଲା ଥାନାରେ ଦୁଇଟି ମାମଲା ଓ କ୍ଷେତରାଜପୁର ଥାନାରେ ଗୋଟିଏ ମାମଲା ରହିଛି। ୨୦୧୮ ମସିହାରେ ସୋହେଲା ଥାନାରେ ଜୟନାରାୟଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ମାମଲା ୬ ଥର ରହିଛି।

ମାଡ଼ପିଟ କରିବା ଓ ଅପରାଧିକ ବଳ ପ୍ରୟୋଗ କରିବା ମାମଲା ୭ ଥର। ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା କିମ୍ବା ଅଶ୍ଳୀଳ କାମ କରିବା ମାମଲା ୫ ଥର ବିଭିନ୍ନ ଥାନାରେ ରୁଜୁ ହୋଇଛି। ଏତେ ସବୁ ଅପରାଧିକ କାଣ୍ଡ ଭିଆଇଲା ପରେ ବି ଜୟନାରାୟଣ ବିଜେପିର ଛତ୍ରଛାୟା ତଳେ ରହି ଖୋଲାମେଲା ବୁଲୁଛନ୍ତି। ଜୟନାରାୟଣଙ୍କ ରାଜନେତାର ମୁଖାତଳେ ଏକ ଅପରାଧୀ ଚେହେରା ଲୁଚି ରହିଥିବା ସେ କହିଥିଲେ। ପାନ୍ଥନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଏହାର ପାଲଟା ଜବାବ ରଖି ଜୟନାରାୟଣ ମିଶ୍ର କହିଥିଲେ, ୨୦୧୪ ମସିହା ପର୍ଯ୍ୟନ୍ତ ତାଙ୍କ ଜୀବନରେ କୌଣସି ଗୋଟିଏ ବି ମାମଲା ନଥିଲା। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବାର ପରବର୍ତ୍ତୀ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଯେତେବେ‌ଳେ ହାଇକୋର୍ଟ ତାଙ୍କ ନାମରେ ଏତେ ସବୁ ମାମଲା ରୁଜୁ କରାଯିବା ଉପରେ ପ୍ରଶ୍ନ ଉଠାଇସାରିଛନ୍ତି, ତା’ଠାରୁ ଆଉ ବଡ଼ ପ୍ରମାଣ କ’ଣ? ତାଙ୍କୁ ବିଜେଡି ସରକାର ଡରାଇବା ପାଇଁ ଏଭଳି କରୁଛି, ଏଥିରୁ ସେମାନଙ୍କୁ କ୍ଷାନ୍ତ ରହିବାକୁ ଅନ‌ୁରୋଧ କରୁଛି ବୋଲି ଜୟନାରାୟଣ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।