ରାଜ୍ୟ ସ୍ପେଶାଲ ରିପୋର୍ଟ

ଚମ୍ପୁଆରେ ହେବ ତ୍ରିମୁଖୀ ଲଢ଼େଇ: ବିଜେଡିରୁ ସନାତନ, କଂଗ୍ରେସରୁ ଯଶୋବନ୍ତ ଓ ବିଜେପିରୁ ମୁରଲୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ଚମ୍ପୁଆ। ଏଠାରେ ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ତିନିଦଳ ଅଭିଜ୍ଞ ଓ ପୁରୁଖାଙ୍କୁ ମଇଦାନକୁ ଛାଡ଼ିଥିବାରୁ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।
ଚମ୍ପୁଆରେ ସନାତନ ମହାକୁଡ଼ଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୨୦୧୪ ନିର୍ବାଚନରେ ସନାତନ ଏଠାରୁ ସ୍ବାଧୀନ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୯ରେ ସେ ନିର୍ବାଚନ‌ ଲଢ଼ି ନଥିଲେ। ତାଙ୍କ ସୁପାରିସରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମୀନାକ୍ଷୀ ମହାନ୍ତ ନିର୍ବାଚିତ ହୋଇ ବିଧାୟିକା ହୋଇଥିଲେ। ୨୦୨୪ରେ ସନାତନ ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଥିବାରୁ ତାଙ୍କ ସମର୍ଥକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ସନାତନଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ କର୍ମୀମାନେ ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା, ସଭାସମିତି ଜାରି ରଖିଛନ୍ତି।

କଂଗ୍ରେସ ଏଠାରେ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ମଧ୍ୟ ପୂର୍ବରୁ ସାଂସଦ ଓ ବାପା ଧନୁର୍ଜୟ ଲାଗୁରୀ ମଧ୍ୟ ବିଧାୟକ ଥିଲେ। ଏକ ରାଜନୈତିକ ପରିବାରର ବ୍ୟକ୍ତି ଭାବେ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଯଶୋବନ୍ତଙ୍କ ପରିଚୟ ରହିଛି। ଏମିତିକି ଚମ୍ପୁଆ ବ୍ଲକ୍‌ରେ ତାଙ୍କର ନିଜସ୍ବ ଭୋଟବ୍ୟାଙ୍କ ଥିବାବେଳେ ଚମ୍ପୁଆ ଏନ୍‌ଏସିରେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ଯଶୋବନ୍ତ ଏଠାରେ ବିଜେଡି ପ୍ରାର୍ଥୀ ସନାତନଙ୍କୁ କଡ଼ା ଟକ୍କର ଦେବେ ବୋଲି ଅନୁମାନ କରାଯାଉଛି।
ସେହିପରି, ବିଜେପି ଏଠାରେ ମୁରଲୀ ମନୋହର ଶର୍ମାଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। ପୂର୍ବରୁ ମୁରଲୀ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇ ଭଲ ଭୋଟ ପାଇଥିଲେ। ଏଥର ବିଜେପି ଶେଷ ମୁହୂର୍ତ୍ତରେ ତାଙ୍କ ନାମ ଘୋଷଣା କରିଛି। ମୁରଲୀଙ୍କ ଅଭିଜ୍ଞତା ଏଠାରେ କାମ କରିବ ବୋଲି କୁହାଯାଉଛି। ସନାତନ ଯୋଡ଼ା ଅଞ୍ଚଳର ହୋଇଥିବାବେଳେ ଯଶୋବନ୍ତ ଚମ୍ପୁଆ ଓ ମୁରଲୀ ହେଉଛନ୍ତି ବଡ଼ବିଲ ଅଞ୍ଚଳର ବାସିନ୍ଦା। ସ୍ଥାନୀୟ ଅଞ୍ଚଳର ଭାବାବେଗକୁ ନେଇ ଭୋଟ ପଡ଼ିବ ବୋଲି କୁହାଯାଉଛି। ତେଣୁ ଚମ୍ପୁଆରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।