ରାଜ୍ୟ ସ୍ପେଶାଲ ରିପୋର୍ଟ

କଳାହାଣ୍ଡି ଓ ନୂଆପଡ଼ାରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଓଡ଼ିଶାରେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ

ଭବାନୀପାଟଣା/ନୂଆପଡ଼ା: କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାରେ ଶନିବାର ମାରାଥନ ନିର୍ବାଚନ ପ୍ରଚାର କରିଥିଲେ ବିଜେଡି ନେତା ଭି କେ ପାଣ୍ଡିଆନ। ବିଜେପିର ଡବଲ ଇଞ୍ଜିନ ନାରାର ଜବାବ ଦେବାକୁ ଯାଇ ସେ ସିଧା ସିଧା କହିଥିଲେ ଯେ ଓଡ଼ିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ହିଁ ଚାଲିବ। ଯଦି ଡବଲ ଇଞ୍ଜିନ ଏତେ ଭଲ, ତେବେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କାହିଁକି ତାଙ୍କ ଇଞ୍ଜିନ ବାରମ୍ବାର ବଦଳୁଛି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପାଣ୍ଡିଆନ। ବିରୋଧୀଙ୍କୁ ଟାର୍ଗେଟ କରି ଶ୍ରୀ ପାଣ୍ଡିଆନ ଆହୁରି କହିଥିଲେ ଯେ ଆପଣଙ୍କ ସାଂସଦ ଗତ ୫ ବର୍ଷରେ କ’ଣ କରିଛନ୍ତି? ବିଏସ୍‌କେୱାଇ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼୍‌ଯନ୍ତ୍ର କରୁଛନ୍ତି। ଯଦି ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ ରହିବାକୁ ଚାହୁଁଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ।

ଯଦି ଡବଲ ଇଞ୍ଜିନ ଭଲ, ତେବେ ଛତିଶଗଡ଼ରେ କାହିଁକି ଇଞ୍ଜିନ ବଦଳୁଛି?
ଗତ ୫ ବର୍ଷରେ ବିଜେପି କଳାହାଣ୍ଡି ଓ ନୂଆପଡ଼ାର କୌଣିସ ବିକାଶ କରିନାହିଁ

ନୂଆପଡ଼ାରୁ ଭବାନୀପାଟଣା ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଦେଖିଲେ ସାଂସଦ ଗତ ୫ ବର୍ଷରେ କ’ଣ କରୁଛନ୍ତି ସ୍ପଷ୍ଟ ଦିଶୁଛି। ଧର୍ମଗଡ଼ଠାରେ ମୁଖ୍ୟମନ୍ତ୍ରୀ ଆପଣଙ୍କ ଦରଖାସ୍ତ ଉପରେ କ’ଣ କାମ ହୋଇଛି ହିସାବ ଦେବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ସବୁବେଳେ ତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଦେଇଆସୁଛନ୍ତି। ନୂଆପଡ଼ା ଜିଲ୍ଲାରେ ୧୩୧ କୋଟି ଟଙ୍କାର କାମ ହୋଇଛି। ଘାଟିପଡ଼ା‌ରୁ ସିନାପାଲି ବିଜୁ ଏକ୍ସପ୍ରେସ-ୱେ ୨୦୮ କୋଟି ଟଙ୍କାରେ କରାଯାଇଛି। ନୂଆପଡ଼ାର ୩୧୦୦ ମିସନଶକ୍ତି ଗୋଷ୍ଠୀକୁ ୧୩୦ କୋଟି ଟଙ୍କାର ବିନା ସୁଧ ଋଣ ପ୍ରଦାନ କରାଯାଇଛି। ଜିଲ୍ଲାର ୪୨୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ୬.୩ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହା ସହିତ ନୂଆପଡ଼ା ଜିଲ୍ଲାରେ ୩୬ଟି ଆମବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୧୧୦ କୋଟି ଟଙ୍କାର କାମ ହେଉଛି। ମା’ ଭଣ୍ଡାର ଘରଣୀ ପାଇଁ ୧୦ କୋଟି ୧୦ ଲକ୍ଷ ଟଙ୍କା, ଆମପାଣିର ବୁଢ଼ାରଜା ମନ୍ଦିର ପାଇଁ ୭୫ ଲକ୍ଷ, କରକ ଜଳପ୍ରପାତ ପାଇଁ ୧୫ ଲକ୍ଷ, କୋକସରା ବ୍ଲକ୍‌ରେ ମେଗା ପାଇପପାଣି ପ୍ରକଳ୍ପ ପାଇଁ ୧୫୦ କୋଟି, କଲମପୁର ମେଗା ପାଇପପାଣି ପାଇଁ ୫୩ କୋଟି, ଧର୍ମଗଡ଼ର ୨୨୬୦ ମିସନଶକ୍ତି ଗୋଷ୍ଠୀ ପାଇଁ ୫୮ କୋଟି ଟଙ୍କାର ଋଣ ବିନା ସୁଧରେ ଦିଆଯାଇଛି। ଗାଁ ଗାଁକୁ ଲକ୍ଷ୍ମୀ ବସ୍‌ ଗଡ଼ିଛି। ଆପଣମାନେ ଯାହା ମାଗିଥିଲେ ତାହା ମିଳିଛି, ଏହା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ଅଟେ।

ଶ୍ରୀ ପାଣ୍ଡିଆନ କହିଥିଲେ, ଧର୍ମଗଡ଼ ମୋର ଜନ୍ମଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋତମୁଣ୍ଡା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ଚାରିଥାକିଆ କରି ଗମନାଗମନକୁ ସୁଗମ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ହିସାବ ଦେବା ସହିତ ନବୀନ ପଟ୍ଟନାୟକ କାମରେ ହିଁ ବିଶ୍ବାସ କରନ୍ତି ବୋଲି କହିଥିଲେ। ବିରୋଧୀମାନେ ଭୋଟ୍‌ ସମୟରେ ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି ଏବଂ ପରେ ଭୁଲି ଯାଆନ୍ତି। ମୁଁ କିନ୍ତୁ ଆପଣମାନଙ୍କୁ ଭୋଟ୍‌ ପରେ ପୁଣି ଭେଟିବାକୁ ଆସିବି ଓ ଆପଣମାନଙ୍କୁ ଧନ୍ୟବାଦ ଦେବି ବୋଲି କହିଥିଲେ। ତେଣୁ ଯୋଡ଼ାଶଙ୍ଖରେ ବଟନ ଦବାଇ ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ। ପାଣ୍ଡିଆନଙ୍କ ଏହି ମାରାଥନ ନିର୍ବାଚନ ପ୍ରଚାରରେ ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଉପସ୍ଥିତ ଥିଲେ। ସେହିଭଳି ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଆୟୋଜିତ ସଭାରେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଜୁନାଗଡ଼ ନିର୍ବାଚନମଣ୍ଡଳୀ ଦଶପୁରଠାରେ ଅନୁଷ୍ଠିତ ସଭାରେ ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଗୋତମୁଣ୍ଡାଠାରେ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ଜୟପାଟଣାଠାରେ ଅନୁଷ୍ଠିତ ସଭାରେ ପ୍ରାର୍ଥୀ ପ୍ରଦୀପ ଦିଶାରୀ, ନର୍ଲା ନିର୍ବାଚନମଣ୍ଡଳୀର ଯୋରାଡୁବରାଠାରେ ଅନୁଷ୍ଠିତ ସଭାରେ ପ୍ରାର୍ଥୀ ମନୋରମା ମହାନ୍ତି ସାମିଲ ହୋଇ ଉଦ୍‌ବୋଧନ ଦେଇଥିଲେ। ସେହିଭଳି କାର୍ଯ୍ୟକ୍ରମରେ ବିଜେଡିର ବହୁ କର୍ମକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।