ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ

ନୂଆଦିଲ୍ଲୀ: ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ କରିଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟରୁ ଆଜି ତୁରନ୍ତ କୌଣସି ଆଶ୍ବସ୍ତି ମିଳିନାହିଁ। ଦୁଇ ସପ୍ତାହ ପରେ ଏପ୍ରିଲ ୨୯ରେ ଉକ୍ତ ମାମଲାର ଶୁଣାଣି କରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆଗୁଆ ଶୁଣାଣି କରିବାକୁ ମନା କରିବା ପରେ କେକ୍ରିୱାଲଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ବଢ଼ାଇ ଦେଇଛନ୍ତି। ଇଡି ରିମାଣ୍ଡ ଶେଷ ହେବା ପରଠାରୁ କେଜ୍ରିୱାଲ ତିହାର ଜେଲ୍‌ରେ ରହୁଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ କ୍ରେଜିୱାଲଙ୍କ ମାମଲାର ଶୁଣାଣି ବିଚାରପତି ସଂଜୀବ ଖାନ୍ନା ଏବଂ ବିଚାରପତି ଦୀପଙ୍କର ଦତ୍ତଙ୍କ ଅଦାଲତରେ ହୋଇଥିଲା। ଖଣ୍ଡପୀଠ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନୋଟିସ୍‌ ଜାରି କରି ଆସନ୍ତା ୨୪ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି। କେଜ୍ରିୱାଲଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭି ଶୁଣାଣି ନିକଟ ଭବିଷ୍ୟତରେ, ଏପରିକି ଶୁକ୍ରବାର କରିବାକୁ ଯୁକ୍ତି ରଖିଥିଲେ। କେଜ୍ରିୱାଲଙ୍କ ମାମଲାରେ କେତେକ ତଥ୍ୟ ଜାଣିଶୁଣି ଲିକ୍‌ କରାଯାଉଛି। ଏହାର ଜବାବରେ ବିଚାରପତି ଖାନ୍ନା କହିଥିଲେ, ନିକଟ ଭବିଷ୍ୟତରେ ଶୁଣାଣି କରିବା ପାଇଁ ତାରିଖ ଦେବୁ। କିନ୍ତୁ ଆପଣ ଯେଉଁ ତାରିଖ କହୁଛନ୍ତି ତାହା ସମ୍ଭବ ନୁହେଁ। ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ପାଇଁ କେଜ୍ରିଓା‌ଲଙ୍କୁ ଗିରଫ କରାଯାଇଛି ବୋଲି ସିଂହଭି କହିଥିଲେ। ଗିରଫକୁ ଚାଲେଞ୍ଜ କରି କେଜ୍ରିୱାଲ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଚଳିତମାସ ୯ ତାରିଖରେ ଖାରଜ କରିଦେଇଥିଲେ। ଏହାପରେ ୧୦ ତାରିଖରେ ‌କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅନ୍ୟମାନଙ୍କ ସହ ମିଶି କେଜ୍ରିୱାଲ ଷଡ଼୍‌ଯନ୍ତ୍ର କରିଥିଲେ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ।

ଏପ୍ରିଲ ୨୪ ସୁଦ୍ଧା ଏହି ଆବେଦନର ଜବାବ ଦାଖଲ କରିବାକୁ ଖଣ୍ଡପୀଠ ଇଡିକୁ ନିର୍ଦ୍ଦେଶ ଦେବା ସହ ଏପ୍ରିଲ ୨୯ରୁ ଆରମ୍ଭ ହେବାକୁ ଥିବା ସପ୍ତାହରେ ଏହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି। ଆପ୍ ନେତାଙ୍କୁ ଇଡି ଗିରଫ କରିବା ଏବଂ ପରେ ଫେଡେରାଲ ଏଜେନ୍ସି ହେପାଜତକୁ ପଠାଇବାକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ଆଜି କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳି ନଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ମଧ୍ୟ ସେ ପ୍ରଚାର କରିବା ସମ୍ଭାବନା ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ