ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିର୍ବାଚନୀ ବଣ୍ଡ୍‌ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରିରେ ସୁପ୍ରିମ୍‌କୋର୍ଟ ନିର୍ବାଚନୀ ବଣ୍ଡ୍‌କୁ ଅସିଦ୍ଧ ଘୋଷଣା କରିଥିଲେ। ଏହାର ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନୀ ବଣ୍ଡ୍‌ ରଦ୍ଦ ହୋଇଛି। ଏହାର ଯେତେବେଳେ ବାସ୍ତବ ପ୍ରତିଫଳନ ଘଟିବ ସେତେବେଳେ ସମସ୍ତେ ଏଥିପାଇଁ ଅନୁତପ୍ତ ହେବେ, କାରଣ ଦେଶ କଳାଟଙ୍କା ଆଡ଼କୁ ସମ୍ପୂର୍ଣ୍ଣ ଭାବେ ଠେଲି ହୋଇଯିବ। ନିର୍ବାଚନୀ ବଣ୍ଡ୍‌ର ପ୍ରଚଳନକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଳାଟଙ୍କା ବିରୋଧରେ ଲଢ଼ିବାକୁ ହିଁ ତାଙ୍କ ସରକାର ଏହି ବ୍ୟବସ୍ଥା ଆରମ୍ଭ କରିଥିଲା। ଏହାଦ୍ବାରା ନିର୍ବାଚନ ପ୍ରଚାରରେ ବିନିଯୋଗ ହେଉଥିବା ଆୟ ବହିର୍ଭୂତ ଟଙ୍କା କିମ୍ବା ଅପରାଧିକ କାର୍ଯ୍ୟକଳାପରୁ ମିଳୁଥିବା ଟଙ୍କାର ସ୍ରୋତ ସମ୍ପର୍କରେ ଜଣାପଡ଼ୁଥିଲା। ଏହା ସତ୍ତ୍ବେ ସେ କୌଣସି ସମୟରେ କହିନାହାନ୍ତି ଯେ କଳାଟଙ୍କା କାରବାରର ମୂଳପୋଛ ଦିଗରେ ଏହି ବ୍ୟବସ୍ଥା ଅନ୍ତିମ ଅଟେ। ଏହା ଏକ କ୍ଷୁଦ୍ର ପଦକ୍ଷେପ ମାତ୍ର।
ନିର୍ବାଚନୀ ବଣ୍ଡ୍‌ ଜରିଆରେ ବିଜେପିକୁ ସର୍ବାଧିକ ଦାନ ମିଳିଥିବା କଥାକୁ ପ୍ରଧାନମନ୍ତ୍ରୀ ମୋଦୀ ଖଣ୍ଡନ କରି କହିଛନ୍ତି ଯେ ନିର୍ବାଚନରେ ଟଙ୍କା ଖର୍ଚ୍ଚ କରାଯାଉଛି। ତାଙ୍କ ଦଳ ମଧ୍ୟ ଖର୍ଚ୍ଚ କରୁଛି। ସମସ୍ତ ଦଳ, ସମସ୍ତ ପ୍ରାର୍ଥୀ ଖର୍ଚ୍ଚ କରୁଛନ୍ତି ଓ ଏହି ଟଙ୍କା ଲୋକଙ୍କ ଠାରୁ ଅଣାଯାଉଛି। ଏଣୁ ସେ କିଛି ଅଲଗା କରିବାକୁ ଚିନ୍ତା କରିଥିଲେ, କଳାଟଙ୍କାର ପ୍ରଭାବରୁ ନିର୍ବାଚନକୁ କିଭଳି ମୁକ୍ତ କରାଯାଇପାରିବ? ଲୋକଙ୍କ ଚାନ୍ଦାକୁ କିଭଳି ସ୍ବଚ୍ଛ କରାଯିବ? ଏହାହିଁ ତାଙ୍କର ଚିନ୍ତା ଥିଲା। ଆୟ ବହିର୍ଭୂତ ଟଙ୍କା ମାମଲା ପରେ ୧୬ଟି କମ୍ପାନି ନିର୍ବାଚନୀ ବଣ୍ଡ୍‌ କିଣିଥିଲେ। ସେମାନେ ଦେଇଥିବା ଚାନ୍ଦାର ୬୩ ପ୍ରତିଶତ ବିରୋଧୀ ଦଳକୁ ଯାଇଥିବା ବେଳେ କେବଳ ୩୭ ପ୍ରତିଶତ ତାଙ୍କ ଦଳକୁ ମିଳିଛି। ଏହାସତ୍ତ୍ବେ ଆପଣମାନେ ତାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓଲଟା ପ୍ରଶ୍ନ କରିଛନ୍ତି।

ଦେଶ ସମ୍ପୂର୍ଣ୍ଣ ଭାବେ କଳାଟଙ୍କା ଆଡ଼କୁ ଠେଲି ହୋଇଯିବ
ଏକ ଦେଶ, ଏକ ନିର୍ବାଚନ ଆମର ପ୍ରତିବଦ୍ଧତା
ପୂର୍ବେ ନିକଟ ସମ୍ପର୍କୀୟଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ଚୟନ କରାଯାଉଥିଲା

ବିଜେପିର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏକ ଦେଶ, ଏକ ନିର୍ବାଚନ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ଅଟେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏନେଇ ସକାରାତ୍ମକ ଓ ଅଭିନବ ପରାମର୍ଶ ଗ୍ରହଣ କରିଛି। କମିଟି ମଧ୍ୟ ନିଜର ର‌ିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାଖଲ କରିଛି। ଏହି ରିପୋର୍ଟକୁ ଯଦି କାର୍ଯ୍ୟକାରୀ କରାଯାଏ ତେବେ ଦେଶ ଅନେକ ପରିମାଣରେ ଲାଭାନ୍ବିତ ହେବ।
ଦେଶର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବିରୋଧୀ ରାଜନୈତିକ ଦଳ ବିରୋଧରେ ପ୍ରୟୋଗ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେଉ କିମ୍ବା ସିବିଆଇ କିମ୍ବା ନିର୍ବାଚନ ଆୟୁକ୍ତ କୌଣସି ସଂସ୍ଥା ସମ୍ପର୍କରେ ଆଇନ ତାଙ୍କ ସରକାର ପ୍ରସ୍ତୁତ କରିନାହାନ୍ତି। ବାସ୍ତବରେ ସେ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତିରେ ଅନେକ ଉନ୍ନତି ଆଣିଛନ୍ତି। ସଂପ୍ରତି ଯଦି ନିର୍ବାଚନ ଆୟୁକ୍ତ ଗଠନ ହେଉଛନ୍ତି ତେବେ ବିରୋଧୀ ଦଳର ମଧ୍ୟ ଏଥିରେ ଭୂମିକା ରହିଛି। ପୂର୍ବେ, ପ୍ରଧାନମନ୍ତ୍ରୀ ଏକ ଫାଇଲ୍‌ରେ ସ୍ବାକ୍ଷର କରୁଥିଲେ ଓ ନିର୍ବାଚନ ଆୟୁକ୍ତ ଗଠନ ହେଉଥିଲା। ଏବଂ ଯେଉଁମାନେ ସେମାନଙ୍କ ପରିବାରର ସମ୍ପର୍କୀୟ ସେମାନଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଉଥିଲା।

କଂ‌ଗ୍ରେସ ତା ନିଜ ଦଳର ନିକଟତର ବ୍ୟକ୍ତିଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ ଦେଉଥିଲା। ପରେ ସେମାନଙ୍କୁ ରାଜ୍ୟସଭା ଟିକଟ, ମନ୍ତ୍ରୀ ପଦ ଦେଉଥିଲା। ବର୍ତ୍ତମାନ ତାଙ୍କ ଦଳ ଏଭଳି ତଳସ୍ତରକୁ ଯାଉନାହିଁ। ରାଜନେତାଙ୍କ ଗିରଫ ପ୍ରସଙ୍ଗରେ ସେ କହିଛନ୍ତି ଯେ କେତେଜଣ ବିରୋଧୀ ଦଳ ନେତା ଜେଲ୍‌ରେ ଅଛନ୍ତି। କେହି ଏନେଇ ତାଙ୍କୁ ସୂଚନା ‌ଦେବେକି? ଏହି ନେତାମାନେ ତାଙ୍କର ସରକାର ଚଳାଉଛନ୍ତି କି? ଯେଉଁମାନେ ଏନେଇ ଅଭିଯୋଗ କରିଛନ୍ତି ସେମାନଙ୍କ ମଧ୍ୟରେ ପାପ ରହିଛି। ‌କୌଣସି ସତ୍ୟବାଦୀ ଲୋକର କାହାରିକୁ ଭୟ ନଥାଏ। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେମାନେ (କଂଗ୍ରେସ) ତାଙ୍କର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜେଲ୍‌ରେ ଭର୍ତ୍ତି କରିଥିଲେ। ବିରୋଧୀ ଦଳଙ୍କ ପରାଜୟ ପ୍ରସଙ୍ଗରେ ସେମାନଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ‘ନାଚ୍‌ ନ ଜାନେ ଆଙ୍ଗନ୍‌ ତେଢ଼ା’ ଭଳି ବିରୋଧୀ ଦଳ ଅନେକ ସମୟରେ ଇଭିଏମ୍‌କୁ ଦାୟୀ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ