ଅପରାଧ ରାଜ୍ୟ

ପଶ୍ଚିମବଙ୍ଗରୁ ଆସୁଛି ବ୍ରାଉନସୁଗାର: ସମନ୍ବୟ ବୈଠକରେ ପୁଲିସ ଡିଜିଙ୍କ ଉଦ୍‌ବେଗ

କଟକ: ସାଧାରଣ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରୁ ଆସୁଥିବା ବ୍ରାଉନସୁଗାର ଚିନ୍ତାର କାରଣ ହୋଇଛି। ବ୍ରାଉନସୁଗାର ପଶ୍ଚିମବଙ୍ଗର ଲାଲଗୋଲା, ମୁର୍ସିଦାବାଦ ଓ ବର୍ଦ୍ଧମାନ ଭଳି ସ୍ଥାନରୁ ଆସୁଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ଡିଜିପି ଅରୁଣ ଷଡଙ୍ଗୀ ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ପୁଲିସ ସମନ୍ବୟ ବୈଠକରେ ଗୁରୁତ୍ବ ଦେଇଛନ୍ତି। ଏହି ନିଶା କାରବାରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯିବା ଉପରେ ସେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହମତି ଲୋଡିଛନ୍ତି।

ଆଜି କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଦୁଇ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସମନ୍ୱୟ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ, ଡିଜି (ମୁଖ୍ୟାଳୟ) ଆର. କେ. ଶର୍ମା, (ଗୁଇନ୍ଦା) ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜି (ଅପରେସନ) ଏସ୍‌. ଦେବଦତ୍ତ ସିଂ, ଏଡିଜି (ଆଧୁନିକୀକରଣ) ଦୟାଲ ଗଙ୍ଗୱାର, ଆଇ.ଜି.ପି. (ପ୍ରୋଭିଜନିଙ୍ଗ) ୟତିନ୍ଦ୍ର କୋୟଲ, ଆଇ.ଜି.ପି. (କାର୍ମିକ) ଏସ. ପ୍ରବୀଣ କୁମାର, ଆଇ.ଜି.ପି (ଗୁଇନ୍ଦା) ଅନୁପ ସାହୁଙ୍କ ସମେତ ଉତ୍ତରାଞ୍ଚଳ ରେଞ୍ଜର ଆଇ.ଜି ଦୀପକ କୁମାର ଏବଂ ସୀମାନ୍ତ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଏସ୍‌.ପି ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗ ଡିଜିପି ସଞ୍ଜୟ ମୁଖୋପାଧ୍ୟାୟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଏବଂ ସୀମାନ୍ତ ଜିଲ୍ଲା ଗୁଡିକର ଏସ.ପି.ମାନେ ବୈଠକରେ ଉପସ୍ଥିତ ଥିଲେ। ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ପଶ୍ଚିମବଙ୍ଗ ସହିତ ଲାଗି ରହିଥିବାରୁ ଏହି ଦୁଇ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୁଲିସ ଅଧିକାରୀମାନେ ମତ ବିନିମୟ କରିଥିଲେ। ସୀମାନ୍ତ ଜିଲ୍ଲା ଗୁଡିକରେ ସୀମା ତନଖି ଫାଟକରେ କଡାକଡି ଯାଞ୍ଚ, ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବା ଉପରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।

ଏହା ବ୍ୟତୀତ ଅନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ମାଦକ ଦ୍ରବ୍ୟ ଚୋରା ଚାଲାଣର ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ ଓ ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା। ଏହା ବ୍ୟତୀତ ଉଭୟ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ, ଅନ୍ତଃରାଜ୍ୟ ତନଖୀ ଫାଟକରେ ମିଳିତ ଯାଞ୍ଚ, ୟୁପିଆଇ ଆଇଡି ମାଧ୍ୟମରେ ଟଙ୍କା କାରବାର, ଗଂଜେଇ ଚୋରା ଚାଲାଣ, ସାପ୍ତାହିକ ବୈଠକ, ସାଇବର ଅପରାଧ ରୋକିବାକୁ ସ୍ୱତନ୍ତ୍ର ଯୋଜନା, ସମ୍ବେଦନଶୀଳ ସ୍ଥାନ ଓ ପୋଲିଂ ବୁଥଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ ଓ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ସଂପର୍କରେ ଉଭୟ ରାଜ୍ୟ ପକ୍ଷରୁ ତଥ୍ୟ ରଖାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।