ରାଜ୍ୟ ସ୍ପେଶାଲ ରିପୋର୍ଟ

ପଥ ସମ୍ମୋହନ ନେଉଛି ଜୀବନ: ବର୍ଷକରେ ମଲେଣି ୧୮୪୫

କଟକ: ରୋଡ ହିପ୍ନୋସିସ୍‌ ବା ପଥ ସମ୍ମୋହନ ଏବେ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହୋଇଛି। ଏହି କାରଣରୁ ପ୍ରତିବର୍ଷ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ୨୦୨୩ରେ ପଥ ସମ୍ମୋହନ କାରଣରୁ ପଛପଟୁ ଗାଡିକୁ ଧକ୍କା ଦେବା, ଗାଡିକୁ ଗୋଟିଏ ପାଖରୁ ପିଟିବା, ରାସ୍ତାକଡ଼ ଗଛ ଓ ଖୁଣ୍ଟରେ ପିଟି ହେବା ଭଳି ଜନିତ ଦୁର୍ଘଟଣାରେ ରାଜ୍ୟରେ ୧୮୪୫ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ର‌ାଜ୍ୟ ପରିବହନ ପ୍ରାଧିକରଣ ଏ ଦିଗରେ ଉଭୟ ଚାଳକ, ଯାତ୍ରୀ ଓ ପରିବହନ କର୍ମଚାରୀଙ୍କୁ ସତର୍କ କରାଇଛି। ପ୍ରତି ଅଢେଇ ଘଣ୍ଟା ଗାଡି ଚଳାଇବା ପ‌ରେ ୫/୧୦ ମିନିଟ୍‌ ବିଶ୍ରାମ ନେବା, ମୁହଁକୁ ଭଲ ଭାବେ ଧୋଇ ନେବା ଓ ଆବଶ୍ୟକ ପଡିଲେ ଚା ପିଇ କିଛି ସମୟ ଚଲାବୁଲା କରିବା ପ‌ରେ ପୁଣି ଗାଡ଼ି ଚଳାଇବାକୁ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ପରାମର୍ଶ ଦେଇଛନ୍ତି।

ପଥ ସମ୍ମୋହନ ଏପରି ଏକ ଶାରୀରିକ ସ୍ଥିତି ଯାହା ସଂପର୍କରେ ଅଧିକାଂଶ ଚାଳକ ସଚେତନ ନ ଥା’ନ୍ତି । ରାଜପଥଗୁଡ଼ିକରେ ପଥ ସମ୍ମୋହନ ପ୍ରାୟତଃ ରାତିରେ ଘଟିଥାଏ। ଚାଳକର ଆଖି ଖୋଲା ଥିଲେ ମଧ୍ୟ ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଇଥାଏ। ଏହି ଅବସ୍ଥାକୁ ପଥ ସମ୍ମୋହନ ବା ରୋଡ୍ ହିପ୍ନୋସିସ୍ କୁହାଯାଏ। କ୍ରମାଗତ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଇବା ପରେ ପଥ ସମ୍ମୋହନ ସ୍ଥିତି ଆରମ୍ଭ ହୁଏ। ଏହି ଅବସ୍ଥାରେ ଆଖି ତ ଖୋଲା ଥାଏ ହେଲେ ମସ୍ତିଷ୍କ କିଛି ମନେ ରଖିପାରେ ନାହିଁ ଓ ବୁଝିପାରେ ନାହିଁ । ପଥ ସମ୍ମୋହିତ ଚାଳକ ଦୁର୍ଘଟଣାର ପୂର୍ବ ୧୫ ମିନିଟ୍ କିଛି ଜାଣିପାରେନାହିଁ। ଏପରିକି କେତେ ବେଗରେ ସେ ଗାଡ଼ି ଚଳାଉଛନ୍ତି କିମ୍ବା ତାଙ୍କ ସାମ୍ନାରେ ଥିବା ଗାଡ଼ି କେତେ ବେଗରେ ଯାଉଛି ତାହା ଜାଣିପାରନ୍ତି ନାହିଁ। ଏହି କାରଣରୁ ଗାଡିକୁ ପଛରୁ ବା ପାର୍ଶ୍ବରୁ ପିଟିବା, ରୋଡ ଡିଭାଇଡର, ଖୁଣ୍ଟ ଓ ଗଛରେ ପିଟିବା ଭଳି ସ୍ଥିତି ଉପୁଜିଥାଏ। ଗତ କିଛି ବର୍ଷର ଦୁର୍ଘଟଣା ଜନିତ ତଥ୍ୟ ଓ ଏହାର କାରଣ ସଂପର୍କରେ ସମୀକ୍ଷାରୁ ଏହି ତଥ୍ୟ ସାମନାକୁ ଆସିଛି। ୨୦୨୩ ବର୍ଷରେ ରାଜ୍ୟର ଦୁର୍ଘଟଣାର ତଥ୍ୟ ଅନୁସାରେ ଗାଡ଼ିକୁ ପଛରୁ ଧକ୍କା ଦେଇ ଘଟିଥିବା ୨୪୯୬ଟି ଦୁର୍ଘଟଣାରେ ୧୧୯୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୭୨ ଜଣ ଆହତ ହୋଇଛନ୍ତି। ଗୋଟିଏ ପାଖରୁ ଗାଡ଼ିକୁ ଧକ୍କା ଦେଇ ଘଟିଥିବା ୬୩୯ଟି ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫୪ ଜଣ ଗୁରୁତର ହୋଇଛନ୍ତି। ସେହିଭଳି ରାସ୍ତାକଡ଼ ଗଛ, ଖୁଣ୍ଟ ଆଦିକୁ ଧକ୍କା ଦେଇ ୭୬୩ଟି ଦୁର୍ଘଟଣା ଘଟିଥିବା ବେଳେ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୪୨୨ ଜଣ ଆହତ ହୋଇଛନ୍ତି। ଏଥିପ୍ରତି ସଚତେନ ହେଲେ ଏଭଳି ଦୁର୍ଘଟଣା ହ୍ରାସ ପାଇବା ସହିତ ମୃତ୍ୟୁହାର ମଧ୍ୟ କମିବ ବୋଲି ରାଜ୍ୟ ପରିହବନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।