ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଫିଆଙ୍କ କବ୍‌ଜାରେ ଆରୁହା ପାହାଡ଼: ଦୈନିକ ୧୦ହଜାର ଟନ୍ ପଥର ଚୋରାଚାଲାଣ

ଯାଜପୁର: ଯାଜପୁରର ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ ଏବେ ମାଫିଆଙ୍କ କବ୍‌ଜାରେ। ଏଠାରୁ ଦୈନିକ ୧୦ହଜାର ଟନ୍ କଳାପଥର ଚୋରାଚାଲାଣ ହେଉଥିବା ଆକଳନ କରାଯାଇଛି। ନିର୍ବାଚନ କାର୍ଯ୍ୟରେ ସରକାରୀ କଳ ବ୍ୟସ୍ତ ରହିଥିବା ବେଳେ ଚୋରା କାରବାର ଚରମସୀମାରେ ପହଞ୍ଚିଛି। ଲଘୁ ଖଣିଜ ଚୋରି ପାଇଁ ବାଟ ଫିଟିଛି। ଅଣଲିଜ୍ ସୈରାତରୁ ମେସିନ୍ ଲଗାଇ ଦିନରାତି କଳାପଥର ଖୋଳାଚାଲିଛି। ୧୪୭ଏକର ପରିମିତ ଆରୁହା ପାହାଡ଼ର ୫ଟି ସୈରାତ୍‌କୁ ଲିଜ୍‌ ଦିଆଯାଇଛି। ମୋଟ ଲିଜ୍‌ ଅଞ୍ଚଳ ଥିଲା ୮୩ ଏକର। ବହୁଦିନ ହେଲା ଏହି ସୈରାତ୍‌ଗୁଡ଼ିକୁ ପ୍ରଶାସନ ବନ୍ଦ କରିଦେଇଛି। ୩ଟି ସୈରାତର ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କ ଉପରେ ୧୦କୋଟି ଟଙ୍କା ଜରିମାନା ହୋଇଥିବା ବେଳେ ମନୋଜ ସାମଲଙ୍କ ଗୋଟିଏ ସୈରାତରୁ ମାତ୍ରାଧିକ ଖନନ ପାଇଁ ୮.୬୩କୋଟି ଟଙ୍କା ଜରିମାନା ଓ ଶରତ ଜେନାଙ୍କ ଉପରେ ୧.୮୭କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।

ଅତ୍ୟଧିକ ଖନନ ପାଇଁ ଜରିମାନା ସାଙ୍ଗକୁ ଖାଦାନକୁ ବନ୍ଦ କରାଯାଇଥିବା ବେଳେ ଏଠାରେ କିନ୍ତୁ ୧୦ଟି ମେସିନ୍ ଜରିଆରେ ବ୍ୟାପକ ପଥର ଖନନ କରଯାଉଛି। ଦୈନିକ ୧୦ହଜାର ଟନ୍ ପଥର ଆରୁହାରୁ ଚୋରାଚାଲାଣ ହେଉଛି। ପୂର୍ବରୁ ଲିଜ୍ ଥିବା ବେଳେ କିଛି ଗରିବ ଲୋକ ହାତରେ ପଥର ଭାଙ୍ଗି ଚଳୁଥିଲେ। ଏବେ କୋଟିପତି ମାଫିଆ ମେସିନ ଲଗାଇ ପାହାଡ଼ ଖୋଳି ଚାଲିଛନ୍ତି। ସୂଚନା ଅନୁସାରେ, ପାହାଡ଼ ତଳେ ଥିବା ୧୦ଟି କ୍ରସରରେ ଲକ୍ଷ ଲକ୍ଷ ଟନ୍ ଚୋରାପଥର ଗଚ୍ଛିତ ରହିଛି। ଗୋଟିଏପଟେ ଅନିୟନ୍ତ୍ରିତ ଖାଦାନ ଖନନ ଯୋଗୁ ପରିବେଶ ନଷ୍ଟ ହେବାସହ ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ଅନ୍ୟପଟେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ବାରା ଲୁଟ୍‌ ଚାଲିଥିବାରୁ ପ୍ରତିବାଦ କରିବାକୁ ସାଧାରଣ ଲୋକଙ୍କ ସାହସ ପାଉନାହିଁ। ନିର୍ବାଚନ ପାଇଁ ସତେଯେପରି ପାହାଡ଼କୁ ମାଫିଆଙ୍କ ହାତରେ ଟେକି ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।