ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଲକାନଗିରି ଜିଲ୍ଲା ସୀମାନ୍ତରେ ୬ ନକ୍ସଲଙ୍କୁ ଗିରଫ କଲା ସୁକମା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନିର୍ବାଚନ ପୂର୍ବରୁ ମାଓ ସଂଗଠନର ୨ ଜଣ ସହଯୋଗୀ ସହ ୪ ଜଣ ନକ୍ସଲକୁ ଗିରଫ କରିଛି ସୁକମା ପୁଲିସ। ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛି।

ଡିଆରଜି ଯବାନ ପାଟ୍ରୋଲିଂ କରୁଥିବା ବେଳେ କିଛି ଲୋକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଧରି ପଚରା ଚରା କରିବା ସମୟରେ ସେମାନଙ୍କ ଠାରୁ ମାଓ ସାମଗ୍ରୀ  ଜବତ କରିଛି। ତୁରନ୍ତ ସମସ୍ତ ମିଲିସିଆ ଏବଂ ନକ୍ସଲକୁ ଗିରଫ କରାଯାଇଛି। ଏମାନେ କେରଳାପାଲ ଅଂଚଳର ବୋଲି ପୁଲିସ କହିଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।