ରାଜ୍ୟ

ଚାନ୍ଦବାଲି ଆସନରେ ଏଥର ରୋଚକ ଲଢ଼େଇ: ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ବ୍ୟୋମକେଶ

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା କ୍ଷେତ୍ରରୁ ଲଗାତାର ଦୁଇଥର ବିଧାୟକ ହୋଇସାରିଲେଣି ବିଜେଡିର ଯୁବନେତା ଡ.ବ୍ୟୋମକେଶ ରାୟ। ଏଥର ବି ବ୍ୟୋମକେଶଙ୍କ ଉପରେ ଦଳ ଭରସା କରି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛନ୍ତି। ତେବେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଣିଥରେ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏଥରକ ଏଠାରେ ରୋଚକ ଲଢ଼େଇ ହେବ‌ାର ଯଥେଷ୍ଟ ସମ୍ଭାବନା ରହିଛି। ମନମୋହନଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି।

ଗତ ନିର୍ବାଚନରେ ମନମୋହନ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରି ବ୍ୟୋମକେଶଙ୍କୁ କଡ଼ା ଟକ୍କର ଦେବାସହ ମାତ୍ର ୮୦୮୦ ଭୋଟ୍‌ରେ ପରାଜିତ ହୋଇଥିଲେ। ବ୍ୟୋମକେଶ ୭୭,୩୧୩ (୪୩.୧୧%) ଭୋଟ୍‌ ପାଇଥିବା ବେଳେ ମନମୋହନ ୬୯,୨୩୩ (୩୮.୮%) ଭୋଟ୍‌ ପାଇଥିଲେ। ୨୦୧୪ରେ ମନମୋହନ ଏଠାରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ବ୍ୟୋମକେଶ ୬୮,୫୫୭ (୪୩.୯୯%) ଭୋଟ ପାଇଥିବା ବେଳେ ମନମୋହନ ପାଇଥିଲେ ୩୮,୯୫୨ (୨୪.୯୯%) ଭୋଟ୍‌। ସେତେବେଳେ କଂଗ୍ରେସର ଅମିୟ ମହାପାତ୍ର ୪୩, ୬୭୪ (୨୮.୨%) ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ଭୋଟ୍‌ ହାରକୁ ଦେଖିଲେ ୨୦୧୪ ଅପେକ୍ଷା ୨୦୧୯ରେ ବ୍ୟୋମକେଶଙ୍କ ଭୋଟ୍‌ ହାର ୦.୮୮% କମିଥିବା ବେଳେ ମନମୋହନଙ୍କ ଭୋଟ୍‌ ହାର ୧୩.୮୧% ବଢ଼ିଛି। ଫଳରେ, ଚଳିତ ନିର୍ବାଚନ ମନମୋହନଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ଉଭା ହୋଇଛି।

ଅନ୍ୟପକ୍ଷରେ, କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ସସ୍‌ପେନ୍‌ସ ଲାଗି ରହିଛି। ଯୁବନେତା ସତ୍ୟା‌ନନ୍ଦ ରାଉତ ଓ ଅମିୟ ମହାପାତ୍ର ପୁଣି ଚର୍ଚ୍ଚାରେ ରହିଛନ୍ତି। ଅମିୟ ୨୦୧୪ରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ଦ୍ବିତୀୟ ସ୍ଥାନରେ ଥିବାବେଳେ ୨୦୧୯ରେ ସେ ଆଉ ନିର୍ବାଚନ ମଇଦାନକୁ ଆସି ନଥିଲେ। ୨୦୧୯ରେ ସତ୍ୟାନନ୍ଦ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।