ରାଜ୍ୟ

ବଣ୍ଡାଘାଟି ବଳିପାହାଡ଼ରେ ନିଆଁ: ୧୫ରୁ ଊର୍ଦ୍ଧ୍ବ ସ୍ଥାନରେ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ

ମାଲକାନଗିରି: ଜଳୁଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ବଳି ପାହାଡ଼। ଗୋଟିଏ କି ଦୁଇଟି ନୁହେଁ, ୧୫ରୁ ଉର୍ଦ୍ଧ୍ବ ସ୍ଥାନରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ନିଆଁକୁ ଆୟତ୍ତ କରିବା ବଦଳରେ ନିଜ ସୀମା ନୁହେଁ ଦର୍ଶାଇ ବନ ବିଭାଗ କର୍ମଚାରୀ ଚୁପ୍ ବସି ରହିଛନ୍ତି। ଶେଷରେ ରେଡକ୍ରସ୍‌ ସୋସାଇଟି ଓ ଆନିମଲ୍ ଵେଲ୍‌ଫେୟାର୍‌ ସଂସ୍ଥାର ସ୍ବେଚ୍ଛାସେବୀ ରାମକୃଷ୍ଣ ଚୌଧୁରୀଙ୍କ ତତ୍ତ୍ବାବଧାନରେ ଆୟତ୍ତ ହୋଇଛି ନିଆଁ। ଖଇରପୁଟ ବ୍ଲକ୍ ଅଣ୍ଡ୍ରାହାଲ ପଞ୍ଚାୟତରେ ରହିଛି ବଳିପାହାଡ଼। ବଣ୍ଡାଘାଟିର ଏହା ପ୍ରମୁଖ ଅଞ୍ଚଳ ହୋଇଥିଲେ ମଧ୍ୟ ଗତ କିଛି ଦିନ ଧରି ଲାଗିଥିବା ନିଆଁ ସମ୍ପର୍କରେ ବନ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ସ୍ବେଚ୍ଛାସେବୀ ରାମକୃଷ୍ଣ ଚୌଧୁରୀ ନିଆଁ ଲାଗିଥିବା ଦେଖିବା ପରେ ମାଥିଲି ବନ ବିଭାଗକୁ ଖବର ଦେଇଥିଲେ। ତେବେ ଏହା ଆମର ସୀମାରେ ନାହିଁ ବୋଲି କହି ମାଥିଲି ବନ କର୍ମଚାରୀ ଓହରି ଯାଇଥିଲେ। ପରେ ଶ୍ରୀ ଚୌଧୁରୀ ବାଲିମେଳା ବନ ବିଭାଗକୁ ଖବର ଦେଇଥିଲେ।

ବନ କର୍ମଚାରୀ ପହଞ୍ଚିବା ପୂର୍ବରୁ ପୁଲିସ, ବିଡିଓ, ଅଗ୍ନିଶମ ବିଭାଗ ଓ ବିଏସ୍‌ଏଫ୍‌ଙ୍କୁ ସୂଚନା ଦେଇ ନିଆଁ ଲିଭାଇବା ଆରମ୍ଭ କରିଥିଲେ ଶ୍ରୀ ଚୌଧୁରୀ। କୁଡ଼ୁମୁଲୁଗୁମା, ପାତ୍ରପଡ଼ା ବନରକ୍ଷୀ ଓ ତିନି ସହଯୋଗୀ ଆସି ନିଆଁ ଲିଭା କାର୍ଯ୍ୟରେ ସାମିଲ୍ ହୋଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗ ମୁଦୁଲିପଡ଼ା ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ରାସ୍ତା ନଥିବାରୁ ବଳିପାହାଡ଼ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡ଼ା ପଞ୍ଚାୟତରେ ଥିବା ଦୁର୍ଗମ ଅଞ୍ଚଳର ଜଙ୍ଗଲରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ବହୁ ମୂଲ୍ୟବାନ ଗଛ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି। ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ ସୀମା ନିର୍ଦ୍ଧାରଣ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ବଣ୍ଡାଘାଟି ଅଞ୍ଚଳକୁ ବନ କର୍ମଚାରୀ ବିଶେଷ ଭାବେ ତଦାରଖ ପାଇଁ ଯାଉନଥିବାରୁ ବାରମ୍ବାର ନିଆଁ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।