ରାଜ୍ୟ

ରୋଚକ ରାଜଗାଙ୍ଗପୁର ରାଜନୀତି: ବାପାଙ୍କ ପରେ ଏବେ ପୁଅଙ୍କ ଲଢ଼େଇ

କାଂସବାହାଲ/ରାଉରକେଲା: ବାପା, ପୁଅ ଓ ରାଜନୈତିକ ପ୍ରତିଶୋଧ! ନିର୍ବାଚନ ସମୟରେ ଏହିଭଳି ଏକ ରୋଚକ ଦୃଶ୍ୟର ରାଜନୈତିକ କ୍ଷେତ୍ର ପାଲଟିଛି ସୁନ୍ଦରଗଡ଼ର ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ। ଚଳିତ ନିର୍ବାଚନରେ ଏବେ ଏହାର ପୁଣିଥରେ ପୁନରାବୃତ୍ତି ଘଟିବାକୁ ଯାଉଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରୁ ୧୯୭୪ ମସିହାରେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଖ୍ରିଷ୍ଟୋଫର୍ ଏକ୍କା। ହେଲେ ୧୯୮୫ ମସିହାରୁ ଆରମ୍ଭ କରି ଜନତା ଦଳ ଓ ବିଜେଡି ଟିକେଟରେ ୫ଥର ବିଧାୟକ ହୋଇ ରାଜଗାଙ୍ଗପୁର ରାଜନୀତିରେ ଏକ ନୂଆ ଯୁଗର ସୂତ୍ରପାତ କରିଥିବା ମଙ୍ଗଳା କିସାନ ୧୯୯୦ରେ କଂଗ୍ରେସର ପୁରୁଖା ନେତା ଖ୍ରିଷ୍ଟୋଫର୍‌ଙ୍କୁ ପରାସ୍ତ କରିଥିଲେ। ତିନିଦଶନ୍ଧି ପୁରୁଣା ଏହି କଥା ଇତିହାସ ପାଲଟି ଯାଇଥିଲା। କିନ୍ତୁ, ଉକ୍ତ ଇତିହାସକୁ ପୁନର୍ଜୀବିତ କରି ଦୀର୍ଘ ୨୯ ବର୍ଷ ପରେ ପିତାଙ୍କ ପରାଜୟର ବଦ୍‌ଲା ନେଇଥିଲେ ଡା. ସିଏସ୍‌ ରାଜେନ୍‌ ଏକ୍କା।

ମଙ୍ଗଳାଙ୍କୁ ହରାଇ ବାପାଙ୍କ ପରାଜୟର ପ୍ରତିଶୋଧ ନେଇଥିଲେ ରାଜେନ୍‌
ଏବେ ରାଜେନ୍‌ଙ୍କୁ ହରାଇ ପରାଜୟର ପ୍ରତିଶୋଧ ନେବେ କି ଅନୀଲ!

ଖ୍ରୀଷ୍ଟୋଫର୍‌ଙ୍କ ସୁପୁତ୍ର ରାଜେନ୍ ଭାରତୀୟ ସେନାରୁ ଡାକ୍ତର ଭାବେ ଅବସର ନେବାପରେ ୨୦୧୯ରେ ରାଜନୀତିରେ ପାଦଥାପି ରାଜଗାଙ୍ଗପୁରର ମହାରଥୀ ମଙ୍ଗଳା କିସାନଙ୍କୁ ଧରାଶାୟୀ କରିଥିଲେ। ଅବଶ୍ୟ ବିଜୟ ବ୍ୟବଧାନ ୧ ହଜାର ଭୋଟ୍‌ରୁ ବି କମ୍‌ ଥିଲା। କିନ୍ତୁ, ହାତଗଣତି କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅନ୍ୟତମ ଭାବେ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାଜେନ୍। ଇତିମଧ୍ୟରେ ୫ ବର୍ଷ ବିତି ଯାଇଛି। କିନ୍ତୁ ରାଜଗାଙ୍ଗପୁର ରାଜନୀତି ପୁଣି ରୋଚକ ମୋଡ଼ ନେଇଛି। ଏବେ ରାଜେନ୍‌ଙ୍କ ସାମ୍‌ନା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ମଙ୍ଗଳାଙ୍କ ବଡ଼ପୁଅ ଅନୀଲ ବାର୍‌ୱା। ରାଜେନ୍‌ ଯେମିତି ମଙ୍ଗଳାଙ୍କୁ ହରାଇ ନିଜ ପିତାଙ୍କ ପରାଜୟର ପ୍ରତିଶୋଧ ନେଇଥିଲେ, ଅନୀଲ ସେମିତି ରାଜେନ୍‌ଙ୍କୁ ହରାଇ ନିଜ ବାପାଙ୍କ ପରାଜୟର ବଦ୍‌ଲା ନେଇପାରିବେ କି ବୋଲି ଏବେ ଅଞ୍ଚଳରେ ଜୋରସୋର ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।