ୱାସିଂଟନ: ଆମେରିକାର ଆର୍କାନସାସ୍ ନଦୀ ଉପରେ ଏକ ପୋଲକୁ ବିଶାଳ ବାର୍ଜ (ବଡ଼ ପରିବହନ ବୋଟ୍) ଗତକାଲି ଧକ୍କା ଦେବାପରେ ସାଲିସୋର ଦକ୍ଷିଣରେ ଥିବା ରାଜପଥକୁ ବନ୍ଦ ରଖାଯାଇଛି। ରାଜ୍ୟ ପାଟ୍ରୋଲିଂ ମୁଖପାତ୍ର ସାରା ଷ୍ଟୁଆର୍ଟ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଗତକାଲି ଅପରାହ୍ନରେ ସୈନିକମାନେ ଦକ୍ଷିଣ ଆମେରିକାର ୫୯ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରି ଦେଇଥିଲେ। ଆର୍କାନସାସ୍ ନଦୀ ଉପରେ ଥିବା ଏହି ଗୁରୁତ୍ବପୂର୍ଣ୍ଣ ପୋଲର ଯାଞ୍ଚ ନହେବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ସେ କହିଛନ୍ତି। ତେବେ ରାଜପଥ କିମ୍ବା ବାର୍ଜରେ କୌଣସି କ୍ଷୟକ୍ଷତି ହୋଇନଥିବା ଷ୍ଟୁଆର୍ଟ କହିଛନ୍ତି। କେଉଁ କାରଣରୁ ବାର୍ଜ ପୋଲକୁ ଧକ୍କା ଦେଇଥିଲା ତାହା ଜଣାପଡ଼ିନାହିଁ।
ବାର୍ଜ ଦ୍ୱାରା ପ୍ରଭାବିତ ଆଉ ଏକ ଆମେରିକୀୟ ପୋଲ