ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଇଡେନ୍‌ଙ୍କ ହାତଗୋଡ଼ ବନ୍ଧା ଫଟୋ

ୱାସିଂଟନ: ୨୦୨୪ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିର୍ବାଚନ ପ୍ରଚାରରେ ନିୟୋଜିତ ଅଛନ୍ତି। ଟ୍ରମ୍ପଙ୍କ ପ୍ରଚାର ଅଭିଯାନ ସହ ଜଡିତ କେତେକ ଗାଡିରେ ବାଇଡେନଙ୍କ ହାତ‌ଗୋଡ଼ ବନ୍ଧାଥିବା ଫଟୋ ଲଗାଯିବା ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ଫଟୋରେ ଦେଖିବାକୁ ମିଳିଛି ଯେ ବାଇଡେନଙ୍କ ହାତ ଓ ଗୋଡ଼ ଦଉଡ଼ିରେ ବନ୍ଧା ଯାଇଛି ଏବଂ ସେ ତଳେ ପଡ଼ିଛନ୍ତି। ପିକ୍ ଅପ୍ ଟ୍ରକ୍ ପଛରେ ଏଭଳି ଫଟୋ ଲଗାଯିବା ବିଭିନ୍ନ ମହଲକୁ କ୍ଷୁବ୍ଧ କରିଛି। ଅନ୍ୟ ପକ୍ଷରେ ଏହି ଫଟୋ ସଂକ୍ରାନ୍ତ ଏକ ଭିଡିଓକୁ ଟ୍ରମ୍ପ୍‌ ସେୟାର କରି ମାମଲାକୁ ଆହୁରି ସରଗରମ କରିଛନ୍ତି। ଏହି ପ୍ରସଙ୍ଗରେ ବାଇଡେନ୍‌ଙ୍କ ମୁଖପାତ୍ର ମାଇକେଲ ଟାଇଲର କହିଛନ୍ତି, ଟ୍ରମ୍ପ ଏଭଳି ଫଟୋ ଏବଂ ଭିଡିଓ ସେୟାର କରିବା ହିଂସାକୁ ପ୍ରୋତ୍ସାହିତ କରିବା ଭଳି ହୋଇଛି । ଏଭଳି ଅରାଜକ ପ୍ରଚାର ଅଭିଯାନ କିଭଳି ଚାଲିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୨୧ ଜାନୁଆରି ୬ ତାରିଖରେ ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ଉପରେ ଆକ୍ରମଣ କରିବା ପ୍ରସଙ୍ଗ ଉଠାଇ ବାଇଡେନଙ୍କ ମୁଖପାତ୍ର କହିଛନ୍ତି ଯେ ଟ୍ରମ୍ପ୍‌ ହିଂସା ଓ ଅରାଜକତା ମାଧ୍ୟମରେ ସମର୍ଥନ ଚାହୁଛନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ କୌଣସି ସମାଲୋଚନାକୁ ଖାତିର ନକରି ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ବାଇଡେନଙ୍କ ଫଟୋ ଏବଂ ପିକ୍ ଅପ୍ ଟ୍ରକ୍‌ର ଭିଡିଓ ସେୟାର କରି ହଇଚଇ ସୃଷ୍ଟି କରିଛନ୍ତି। ନିକଟରେ ଟ୍ରମ୍ପ୍‌ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ଯଦି ମୁଁ ନିର୍ବାଚନ ନ ଜିତିବି, ତେବେ ଦେଶରେ ରକ୍ତପାତ ହେବ। ଆମେରିକାର ଅଟୋ ଇଣ୍ଡଷ୍ଟ୍ରି ଉପରେ ଦେଖାଦେଇଥିବା ବିପଦ ବିଷୟରେ ଟ୍ରମ୍ପ ଏହା କହିଥିବା ନେଇ ସ‌ଫେଇ ଦେଇଥିଲେ ମଧ୍ୟ ଏହା ଏକ ପ୍ରତ୍ୟକ୍ଷ ଧମକ ବୋଲି ଡେମୋକ୍ରାଟିକ୍‌ ପାର୍ଟି କହିଛି। ଏହା ପୂର୍ବରୁ ଟ୍ରମ୍ପ୍‌ ଅନେକ ଥର ବାଇଡେନ୍‌ଙ୍କୁ ସାର୍ବଜନୀନ ଭାବେ ଉପହାସ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବାଇଡେନ୍ କିଛି ମନେ ରଖିପାରନ୍ତି ନାହିଁ ଏବଂ ନିଦ୍ରାଳୁ ସ୍ଥିତିରେ କାମ କରନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ