ରାଜ୍ୟ ସ୍ପେଶାଲ ରିପୋର୍ଟ

ଏପ୍ରିଲ ୧୫ପର୍ଯ୍ୟନ୍ତ ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ : ଏପ୍ରିଲ ୧୫ପର୍ଯ୍ୟନ୍ତ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି | ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା | ହାଜର କରାଯିବା ପରେ ଏବେ ତାଙ୍କର ହେପାଜତ ଅବଧି ବଢ଼ାଇ ଦିଆଯାଇଛି |

ମିଳିଥିବା ସୂଚନା ମୁତାବକ, ପଚରାଉଚରାରେ ସହଯୋଗ କରୁନଥିବା ଦାବି କରି ଇଡି ଆହୁରି ୧୫ଦିନ ହେପାଜତରେ ନେବାକୁ କୋର୍ଟକୁ ଅନୁରୋଧ କରିଥିଲା | ଏହା ପରେ କୋର୍ଟ ଇଡିର ଅନୁରୋଧ ରଖି କେଜ୍ରିୱାଲଙ୍କୁ ଆହୁରି ୧୫ଦିନ ଯାଏ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡିଛି |

ଗତ ଶୁଣାଣି ସମୟରେ କେଜ୍ରିୱାଲ କହିଥିଲେ ଯେ, “ମୁଁ ଇଡିର ରିମାଣ୍ଡ ପିଟିସନକୁ ବିରୋଧ କରୁନାହିଁ। ଇଡି ଯେତେ ଦିନ ଚାହିଁବ ଜେଲରେ ରଖିପାରିବ। କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା ଜାଣିଶୁଣି ମୋତେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛି। ଇଡିର ଦୁଇଟି ଉଦ୍ଦେଶ୍ୟ ଥିଲା | ଗୋଟିଏ ହେଉଛି ଆପକୁ ଭାଙ୍ଗିବା ଏବଂ ଦ୍ୱିତୀୟଟି ହେଉଛି ଏକ ‘ସ୍ମୋକସ୍କ୍ରିନ’ ତିଆରି କରି ଏହା ପଛରେ ଏକ ଚୋରାଚାଲାଣ ରାକେଟ୍ ଚଲାଇବା, ଯାହା ମାଧ୍ୟମରେ ସେମାନେ ଟଙ୍କା ସଂଗ୍ରହ କରୁଛନ୍ତି।”

ଏହା ସହ ଇଡି ପକ୍ଷରୁ କୁହାଯାଇଥିଲା ‌ଯେ, “କେଜ୍ରିୱାଲ ଏପର୍ଯ୍ୟନ୍ତ ତାଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନର ପାସୱାର୍ଡ ଦେଇନାହାଁନ୍ତି। ସହଯୋଗ ନକରିବା ସହ ସେ ସିଧାସଳଖ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି। ଯଦି ସେ ସହଯୋଗ ନକରନ୍ତି, ତେବେ ଆମେ ତାଙ୍କ ଫୋନକୁ ଟେକ୍ନିକାଲ୍ ଟିମକୁ ଦେଇ ଖୋଲିବୁ। ତେଣୁ ଆମକୁ ଅଧିକ ଦିନ ରିମାଣ୍ଡର ଆବଶ୍ୟକତା ରହିଛି।”

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।