ରାଜ୍ୟ

ବଡ଼ସାହି ନିର୍ବାଚନମଣ୍ଡଳୀର ପାଣିପାଗ ସରଗରମ: ଗଣେଶ୍ବରଙ୍କ ବିରୋଧରେ ପୁଣି ମେଳି

ବାରିପଦା/ବେତନଟୀ: ପ୍ରାର୍ଥୀ ଘୋଷଣା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଗଣେଶ୍ବର ପାତ୍ରଙ୍କୁ ବିରୋଧ କରିଛନ୍ତି ଦଳୀୟ କର୍ମୀ। ଗଣେଶ୍ବରଙ୍କ ବିରୋଧୀ ଆଜି ଏକଜୁଟ୍‌ ହୋଇ ଏଥିପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବେତନଟୀ ଧର୍ମଶାଳାଠାରେ ବିରୋଧୀମାନେ ଏକାଠି ହୋଇଥିଲେ। ସେମାନେ ସ୍ପଷ୍ଟଭାବେ କହିଥିଲେ, ଗଣେଶ୍ବର ହୁଅନ୍ତୁ କି ତାଙ୍କ ପତ୍ନୀ; ଯାହାଙ୍କୁ ଟିକେଟ୍‌ ମିଳିବ ଜୋରଦାର ବିରୋଧ କରାଯିବ। ଏପରିକି ଘର ଘର ବୁଲି ତାଙ୍କ ବିରୋଧରେ ପ୍ରଚାର କରାଯିବ। କୌଣସି ପରିସ୍ଥିତିରେ ସମର୍ଥନ ଦିଆଯିବନାହିଁ। ତେବେ, ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିଲେ। ବିଜେଡି ନେତା ଇଂ. ବିକାଶଚନ୍ଦ୍ର ଧଳ, ବିଶିକେଶନ ଧଳ, ଇଂ. ସୁଶାନ୍ତ ବଳା, ରାଜକିଶୋର ଆଚାର୍ଯ୍ୟ, ମନୋଜ କୁମାର ସାହୁ, ମୃତ୍ୟୁଞ୍ଜୟ ମିଶ୍ର, ରାଜେଶ ନାୟକ, ପ୍ରମୋଦ କୁମାର ପାଢ଼ୀ, ରତିକାନ୍ତ ମହାନ୍ତ, ପୁରୁଷୋତ୍ତମ ପଣ୍ଡା, ବାବୁଲି ଭୂୟାଁଙ୍କ ନେତୃତ୍ବରେ ଏହି ବୈଠକ ବସିଥିଲା।

ସରପଞ୍ଚ ରଘୁନାଥ ସିଂ, ସମିତିସଭ୍ୟ କୁନା ସିଂ, କୁନା ମୁଖୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସରପଞ୍ଚ ଗୋପୀନାଥ ସିଂ, ସମିତିସଭ୍ୟା ସରସ୍ବତୀ ଟୁଡୁ, ସରପଞ୍ଚ ଧନଞ୍ଜୟ ସିଂ, ସମିତିସଭ୍ୟା ମୀନତି ଦାସଙ୍କ ସମେତ ବେତନଟୀ ଓ ବଡସାହି ବ୍ଲକ୍‌ର ବହୁ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗଣେଶ୍ବରଙ୍କ ବିରୋଧରେ ଏହା ପ୍ରଥମ ମେଳି ନୁହେଁ। ଏହାପୂର୍ବରୁ ମଧ୍ୟ ୫ ଥର ବୈଠକ ବସିଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅସନ୍ତୁଷ୍ଟଙ୍କୁ ବୁଝାସୁଝା କରିଥିଲେ। କିଛି ଦିନ ନିରବ ରହିବାପରେ ଏବେ ପୁଣି ଅସନ୍ତୋଷ ମୁଣ୍ଡ ଟେକିଛି।

ଏ ସଂକ୍ରାନ୍ତରେ ଗଣେଶ୍ବରଙ୍କୁ ପଚାରିବାରୁ ସେ କହିଥିଲେ, ଟିକେଟ୍‌ ଆଶାରେ କେତେକ ନ୍ୟସ୍ତସ୍ବାର୍ଥ ଲୋକ ଦଳ ବିରୋଧରେ ମେଳି କରୁଛନ୍ତି। ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ। ଯେଉଁ ମୁଷ୍ଟି‌ମେୟ ଗୋଷ୍ଠୀ ଏହାକୁ ଉସ୍‌କାଉଛନ୍ତି, ସେମାନଙ୍କ ସଂପର୍କରେ ସେ ଶୀର୍ଷ ନେତୃବୃନ୍ଦଙ୍କୁ ଜଣାଇଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।