ରାଜ୍ୟ

କେ. ରବି କୁମାରଙ୍କୁ ନବୀନ ନିବାସରୁ ଡାକରା

ବ୍ରହ୍ମପୁର: ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ତଥା କମନ୍‌ୱେଲ୍‌ଥ ଗେମ୍‌ସର ସ୍ବର୍ଣ୍ଣପଦକ ବିଜେତା କେ. ରବି କୁମାରଙ୍କୁ ନେଇ ବ୍ରହ୍ମପୁରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତକାଲି ନବୀନ ନିବାସରୁ ଅଚାନକ ଭାବେ ଡାକରା ପାଇ ରବିକୁମାର ଭୁବନେଶ୍ବର ଗସ୍ତ କରିବାପରେ ଏହି ଚର୍ଚ୍ଚା ଦ୍ବିଗୁଣିତ ହୋଇଯାଇଛି। ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନ ପାଇଁ ଆଜିସୁଦ୍ଧା ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ। ଆସନରୁ କିଏ ପ୍ରାର୍ଥୀ ହେବେ ତାହା ବି ସ୍ପଷ୍ଟ ହୋଇନାହିଁ।

ଏଭଳି ପରିସ୍ଥିତିରେ ରବି କୁମାରଙ୍କୁ ନବୀନ ନିବାସରୁ ଡକରା ଆସିବାପରେ ରାଜନୈତିକ ମହଲ ଏହାକୁ ଭିନ୍ନ ଦୃଷ୍ଟିରେ ଆକଳନ କରିଛନ୍ତି। ଏଭଳି ପରିସ୍ଥିତିରେ ଦଳ ନୂଆ ମୁହଁକୁ ପ୍ରାର୍ଥୀ କରିବ ନା ପୁରୁଣା ମୁହଁକୁ ଦୋହରାଇବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ, କ୍ରୀଡ଼ା ବଜେଟ୍‌ ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇବାକୁୂ ଯାଇଥିବା କହିଥିଲେ ମଧ୍ୟ ନିର୍ବାଚନ ପ‌ାଇଁ ସୁଯୋଗ ମିଳିଲେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ମତ ଦେଇଛନ୍ତି। ଏହାସତ୍ତ୍ବେ ବି ନିର୍ବାଚନ ସମୟରେ ରବିକୁମାରଙ୍କୁ ଡକରା କିମ୍ବା ସେ ନିଜଆଡ଼ୁ ଯିବା ରାଜନୈତିକ ଚର୍ଚ୍ଚାପାଇଁ ଖୋରାକ ଯୋଗାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।