ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ୍‌ର ଡାଟା ଚୋରି କାର୍ଯ୍ୟକଳାପ ନେଇ ଆମେରିକା ଅସନ୍ତୁଷ୍ଟ: ଡ୍ରାଗନ୍‌କୁ ଏଆଇ ଚିପ୍ ମନା, ପ୍ରଣୟନ କଲା ନୂତନ ନିୟମ

ୱାଶିଂଟନ: ସାଇବର ସୁରକ୍ଷା ପ୍ରସଙ୍ଗରେ ଆମେରିକା ଚୀନ୍ ଉପରେ ଅସନ୍ତୋଷ ପ୍ରକାଶ କରିଛି। ଆମେରିକା ଅଭିଯୋଗ ଆଣିଛି ବିନା ଅନୁମତିରେ ଚୀନ୍ ନାଗରିକଙ୍କ ତଥ୍ୟ ଚୋରି କରୁଛି। ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଦ୍ବାରା ଚୀନ୍ ପାଇଁ ଆମେରିକାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଚିପ୍ସ ପାଇବାକୁ କଷ୍ଟକର କରିଛି। କେବଳ ଏତିକି ନୁହେଁ, ଆମେରିକା ଚିପ୍ ତିଆରି ଉପକରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି।

ଜାତୀୟ ନିରାପତ୍ତା ପ୍ରସଙ୍ଗକୁ ଉଲ୍ଲେଖ କରି ଆମେରିକା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆମେରିକୀୟ ଖବର କାଗଜ ଅନୁଯାୟୀ ଏହା ବେଜିଂର ଚିପମେକିଂ ଶିଳ୍ପ ଉପରେ ସିଧାସଳଖ ପ୍ରଭାବ ପକାଇବ। ନାଭିଡିଆ ଦ୍ୱାରା ନିର୍ମିତ ଏହି ଚିପ୍ ହାସଲ କରିବାରେ ଏଣିକି ଚୀନ୍ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। ଗତ ବର୍ଷ ଅକ୍ଟୋବରରେ ଏହି ଚିପ୍ ବିଷୟରେ ଆମେରିକା ସରକାର ନିୟମ ପ୍ରଣୟନ କରିଥିଲେ।

ରଏଟର୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି ନିଷ୍ପତ୍ତି ୱାଶିଂଟନ୍ ପକ୍ଷରୁ ଗ୍ରହଣ କରାଯାଇଛି କାରଣ ଆମେରିକା ଅନୁଭବ କରୁଛି ଯଦି ଚୀନ୍ ଏହି ଚିପ୍ ପାଇବ ତେବେ ଏହା ଡ୍ରାଗନ୍ ଆର୍ମିକୁ ଅଧିକ ଶକ୍ତିଶାଳୀ କରିବ। ବୈଷୟିକ କ୍ଷେତ୍ରରେ ଚୀନ୍ ମଧ୍ୟ ଶକ୍ତି ପାଇବ। ଏହି କାରଣରୁ ଆମେରିକା ଏକ ନୂତନ ନିୟମ ଆଣିଛି ଏବଂ ୧୬୬ ପୃଷ୍ଠାର ଲମ୍ବା ନିୟମ ଗୁରୁବାର କାର୍ଯ୍ୟକାରୀ ହୋଇଛି।

ଚିପ ଉପରେ ନିଷେଧାଦେଶ ହେତୁ ଏହି ଚିପ ବ୍ୟବହାର ହୋଇଥିବା ଲାପଟପ ରପ୍ତାନି ମଧ୍ୟ ବନ୍ଦ ହୋଇଯିବ। ଆମେରିକା ବାଣିଜ୍ୟ ବିଭାଗ କହିଛି ସରକାରଙ୍କ ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଆମେ ମଧ୍ୟ ଏଆଇ ଚିପ୍ସ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛୁ।

ଏହା ପୂର୍ବରୁ ଆମେରିକା ଏବଂ ଇଂଲଣ୍ଡ ମଧ୍ୟ ସାଇବର ସୁରକ୍ଷା ସମ୍ପର୍କରେ ଚୀନ୍ ଠାରୁ ଉତ୍ତର ମାଗିଥିଲେ। ଉଭୟ ଦେଶ କହିଛନ୍ତି ସେମାନଙ୍କ ନାଗରିକଙ୍କ ତଥ୍ୟ ଚୀନ୍ ଦ୍ୱାରା ଚୋରି ହେଉଛି। ତେବେ ଏଭଳି ଅଭିଯୋଗକୁ ଚୀନ୍‌ ଖଣ୍ଡନ କରିଛି। ଏହା ମନ ଗଢ଼ା ବୋଲି ଚୀନ୍ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ