ଦେଶ ବିଦେଶ

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ: ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ‘ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ’

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ପିଙ୍କି ଆନନ୍ଦଙ୍କ ସମେତ ଭାରତର ୬୦୦ରୁ ଅଧିକ ଆଇନଜୀବୀ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଲେଖିଥିବା ଚିଠିରେ ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ପ୍ରୟାସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷକରି ରାଜନୈତିକ ନେତାଙ୍କ ସହ ଜଡ଼ିତ ମାମଲା ଓ ଦୁର୍ନୀତି ଅଭିଯୋଗରେ ନ୍ୟାୟିକ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଏହି ଗୋଷ୍ଠୀ ଚାପ କୌଶଳ ଅବଲମ୍ବନ କରୁଛି ବୋଲି ଓକିଲମାନେ ଦାବି କରିଛନ୍ତି। ଆଇନଜୀବୀମାନେ ‘ନ୍ୟାୟପାଳିକା ପ୍ରତି ବିପଦ’ ଶୀର୍ଷକରେ ଲେଖିଥିବା ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି କାର୍ଯ୍ୟ ଗଣତାନ୍ତ୍ରିକ ଢାଞ୍ଚା ଓ ନ୍ୟାୟିକ ପ୍ରକ୍ରିୟାରେ ରଖାଯାଇଥିବା ବିଶ୍ୱାସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଛି। ବର୍ତ୍ତମାନର ପ୍ରକ୍ରିୟାକୁ ବଦନାମ କରିବା ଏବଂ ଅଦାଲତ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରିବା ଉଦ୍ଦେଶ୍ୟରେ ଏହି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ନ୍ୟାୟପାଳିକାର ତଥାକଥିତ ସୁବର୍ଣ୍ଣ ଯୁଗ ବିଷୟରେ ମିଥ୍ୟା ଆଖ୍ୟାନ ପ୍ରଚାର କରୁଛି। ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି ଯେ କିଛି ଓକିଲ ଦିନରେ ରାଜନେତାଙ୍କ ପକ୍ଷ ରଖିବା ଏବଂ ପରେ ରାତିରେ ଗଣମାଧ୍ୟମ ମାଧ୍ୟମରେ ବିଚାରପତିଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ଦୁଃଖଦାୟକ। ଏହି ଗୋଷ୍ଠୀ ‘ବେଞ୍ଚ ଫିକ୍ସିଂ’ର ଏକ ସିଦ୍ଧାନ୍ତ ପ୍ରଚାର କରୁଛି।

ରାଜନେତାମାନେ କାହା ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ଏବଂ ତା’ପରେ କୋର୍ଟରେ ତାଙ୍କ ସପକ୍ଷରେ ପକ୍ଷ ରଖିବା ଆଶ୍ଚର୍ଯ୍ୟଜନକ। ଯଦି ଅଦାଲତଙ୍କ ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ନ ଯାଏ, ତେବେ ସେମାନେ ତୁରନ୍ତ କୋର୍ଟ ଭିତରେ ତଥା ଗଣମାଧ୍ୟମ ଜରିଆରେ ଅଦାଲତକୁ ସମାଲୋଚନା କରୁଛନ୍ତି ବୋଲି ଓକିଲମାନେ କହିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏଭଳି ଘଟଣା ଘଟିଥିବା ଦର୍ଶାଇ ଆଇନଜୀବୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ କିଛି ତତ୍ତ୍ୱ ବିଚାରପତିମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ବ୍ୟକ୍ତିଗତ ଓ ରାଜନୈତିକ କାରଣରୁ ଅଦାଲତକୁ ଅଣଦେଖା କରିବା ଓ ହସ୍ତକ୍ଷେପ କରିବାର ଏଭଳି ପ୍ରୟାସକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯାଇପାରିବ ନାହିଁ। ଆମେ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଦୃଢ଼ ଭାବେ ଠିଆ ହୁଅନ୍ତୁ ଏବଂ ଏହି ଆକ୍ରମଣରୁ ଆମ ଅଦାଲତକୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଓକିଲମାନେ ଅନୁରୋଧ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ