ରାଜ୍ୟ

ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କିଏ? ନାମ ଘୋଷଣା କଲାନି ବିଜେଡି, କର୍ମୀଙ୍କ ଉତ୍କଣ୍ଠା ବଢ଼ୁଛି

ଭୁବନେଶ୍ବର: ଉତ୍ତର ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ କିଏ? ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ରାଉତ ପୁଣିଥରେ ଟିକେଟ୍‌ ପାଇବେ ନା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଉପରେ ଦଳ ଆସ୍ଥା ରଖିବ? କ’ଣ ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ଉତ୍ତର ଭୁବନେଶ୍ବର ପ୍ରାର୍ଥୀଙ୍କ ନାମ ଆସିଲା ନାହିଁ? ବିଧାନସଭା ନିର୍ବାଚନ ପାଇଁ ଗତକାଲି ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଉତ୍ତର ଭୁବନେଶ୍ବର ସମେତ ରାଜଧାନୀର ୩ଟି ଯାକ ନିର୍ବାଚନମଣ୍ଡଳୀ ପାଇଁ କୌଣସି ପ୍ରାର୍ଥୀଙ୍କ ନାମ ତାଲିକା‌ରେ ନ ଥିବାରୁ କର୍ମୀଙ୍କ ମଧ୍ୟରେ ଏଭଳି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ତାଲିକା ଯେତିକି ବିଳମ୍ବ ହେଉଛି କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ସେହିଭଳି ଭାବେ ବଢ଼ିଚାଲିଛି। ଉଭୟ ସୁଶାନ୍ତ ଓ ପ୍ରିୟଦର୍ଶୀ ଏବେ ବିଜେଡି ଟିକେଟ୍‌ ଲବିରେ ରହିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବା‌ରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ତ କର୍ମୀମାନେ ନିଜ ନିଜ ନେତାଙ୍କ ଟିକେଟ୍‌ ପାଇଁ ପ୍ରଚାର କରି ଦେଇଛନ୍ତି।

ସୁଶାନ୍ତଙ୍କ ସମର୍ଥକମାନେ ଫେସ୍‌ବୁକ୍‌, ହ୍ବାଟ୍ସଅପ୍‌, ‘ଏକ୍ସ’ ପରି ସୋସିଆଲ ମିଡିଆ ମାଧ୍ୟମରେ ‘ଆମ ବିଧାୟକ ଆମ ସାଥୀରେ’, ‘ଭୁବନେଶ୍ବର ଉତ୍ତରରେ ପୁଣିଥରେ ସୁଶାନ୍ତ’ ପରି ସ୍ଲୋଗାନ ଲେଖି ଚାଲିଛନ୍ତି। କେହି କେହି କର୍ମୀ ବିଜେଡି ପ୍ରାର୍ଥୀ ସୁଶାନ୍ତଙ୍କ ନାମ ତୁରନ୍ତ ଘୋଷଣା କରିବାକୁ ଦାବି ଜଣାଇଲେଣି। ପ୍ରିୟଦର୍ଶୀଙ୍କ ସମର୍ଥକମାନେ ମଧ୍ୟ ପଛରେ ପଡ଼ି ନାହାନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ‘୨୦୨୪ ବିଧାନସଭା ନିର୍ବାଚନରେ ଆପଣଙ୍କ ପୁଅ ବା ଭାଇ ପ୍ରିୟଦର୍ଶୀ ମିଶ୍ର ନିଶ୍ଚିତ ଲଢ଼ୁଛନ୍ତି; ଆପଣମାନଙ୍କ ଆଶୀର୍ବାଦ ନେଇ’। ‘ଜୟ ପ୍ରିୟ ଭାଇ’ ଲେଖିଛନ୍ତି। ଉଭୟ କର୍ମୀଙ୍କ ମଧ୍ୟରେ ଏଭଳି ବାକ୍‌ଯୁଦ୍ଧ ଏବେ ନିର୍ବାଚନମଣ୍ଡଳୀର ରାଜନୈତିକ ବାତାବରଣକୁ ଉଷ୍ମ କରିଛି। କେବଳ ଯେ ବିଜେଡି କର୍ମୀଙ୍କ ମଧ୍ୟରେ ଏଭଳି ଉତ୍କଣ୍ଠା ଦେଖିବାକୁ ମିଳିଛି ତାହା ନୁହେଁ। ବିରୋଧୀ ଶିବିରରେ ମଧ୍ୟ ସମାନ ଅବସ୍ଥା। ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ କୌଣସି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହାନ୍ତି। ତା’ସତ୍ତ୍ବେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ଲଢ଼ିବାକୁ ଏକାଧିକ ଆଶାୟୀ ରହିଥିବାରୁ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। କାହାକୁ ଦଳୀୟ ଟିକେଟ୍‌ ମିଳିବ ଏବଂ କିଏ ପାଇବ ନାହିଁ ସେନେଇ କର୍ମୀମାନେ ଆଶଙ୍କାରେ ରହିଛନ୍ତି। ବିଜେପିରୁ ଲଢ଼ିବାକୁ ଦିଲ୍ଲୀପ ମହାନ୍ତି, ଯୁଗାଂଶୁ ଶେଖର ପଣ୍ଡା ଓ ବିବୁଧେନ୍ଦ୍ର ମିଶ୍ରଙ୍କ ସମେତ ଆଉ କିଛି ନେତା ମଧ୍ୟ ଅଣ୍ଟା ଭିଡ଼ି ରହିଛନ୍ତି। ଅନୁରୂପ ଭାବେ କଂଗ୍ରେସରୁ କୃଷ୍ଣଚନ୍ଦ୍ର ପତି, ଅଶୋକ ଦାସଙ୍କ ନାମ ଚର୍ଚ୍ଚାର ପରିସରରେ ରହିଛି। କେଉଁମାନଙ୍କୁ ଟିକେଟ୍‌ ମିଳିବ ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି କର୍ମୀ। ଯେଉଁମାନେ ଟିକେଟ୍‌ରୁ ବଞ୍ଚିତ ହେବେ ସେମାନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ମଧ୍ୟ ନଜର ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।