ରାଜ୍ୟ

ଡବ୍ଲୁଓଡିସି ସିଇଓ ଅଜିତ ମିଶ୍ରଙ୍କ ଇସ୍ତଫା: ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି!

ଭବାନୀପାଟଣା: ଡବ୍ଲୁଓଡିସି ସିଇଓ ଡ. ଅଜିତ ମିଶ୍ର ବୁଧବାର ରାତିରେ ନିଜ ପଦରୁ ଇସ୍ତଫା ଦେବାନେଇ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହାପରେ କଳାହାଣ୍ଡି ରାଜନୀତି ସରଗରମ ହେବାରେ ଲାଗିଛି। ସେ ବିଜେଡିରୁ ଲୋକସଭା ପ୍ରାର୍ଥୀ କିମ୍ବା ନର୍ଲା ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଅନୁମାନ କରାଯାଉଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିବାସୀ ଡ. ଅଜିତ ମିଶ୍ର ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇ ସରକାରୀ ଚାକିରିରୁ ଅବସର ନେଇଥିଲେ। ଏହାପରେ ରାଜ୍ୟ ସରକାର ତାଙ୍କୁ ଡବ୍ଲୁଓଡିସି ସିଇଓ ଭାବରେ ନିଯୁକ୍ତି ଦେଇଥିଲେ। ଏହି କାର୍ଯ୍ୟକାଳ ସମୟରେ ସେ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ନିମନ୍ତେ ଡବ୍ଲୁଓଡିସି ପାଣ୍ଠିରୁ ବହୁ ପ୍ରକଳ୍ପକୁ ଅନୁଦାନ ପ୍ରଦାନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଏପରିକି ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀକୁ ମଧ୍ୟ ସେ ବାରମ୍ବାର ଗସ୍ତ କରି ବିଭିନ୍ନ ପ୍ରକଳ୍ପ ନିମନ୍ତେ ଗୁରୁତ୍ୱ ଦେଇଥିଲେ। କଳାହାଣ୍ଡି ଲୋକସଭା କ୍ଷେତ୍ରରେ ତାଙ୍କର ଚତୁର ଗୋଟିଚାଳନା ଯୋଗୁ ବିଜେଡି ନେତାଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ବୁଧବାର ରାତିରେ ହଠାତ୍‌ ସେ ପଦରୁ ଇସ୍ତଫା ଦେଇଥିବା ନେଇ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଜି ଦିନତମାମ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତାକାଲି (୨୨ତାରିଖ) କଳାହାଣ୍ଡି ଲୋକସଭାର ପ୍ରସ୍ତୁତି ନିମନ୍ତେ ନବୀନ ନିବାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ତାଙ୍କର ଇସ୍ତଫା ଏ ସମ୍ପର୍କିତ ଆଲୋଚନାକୁ ଖୋରାକ୍‌ ଯୋଗାଇଛି। ଏ ନେଇ ଡ ମିଶ୍ରଙ୍କୁ ପଚାରିବାରୁ, ମା’ଙ୍କ ଦେହ ଗୁରୁତର ଥିବା ଯୋଗୁ ଭୁବନେଶ୍ୱର ଏକ ହସ୍ପିଟାଲରେ ଅଛି ବୋଲି କହିଥିଲେ। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓଙ୍କୁ ପଚାରିବାରୁ ଏ ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।