ରାଜ୍ୟ

କୋଟପାଡ଼ ବିଧାନସଭା: ବିଜେଡି ଟିକେଟ୍‌ ଦୌଡ଼ରେ ପଦ୍ମିନୀ, ଚନ୍ଦ୍ରଶେଖର

କୋଟପାଡ଼: ୨୦୨୪ ନିର୍ବାଚନ ମତଦାନ ପୂର୍ବରୁ କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ବିଜେପିରେ ଟାଣୁଆ ଆଶାୟୀ ପ୍ରାର୍ଥୀ ଥିବାରୁ ଏହି ଆସନ କାହାହାତକୁ ଯିବ ତାହା ଆକଳନ କରିବା ମୁସ୍କିଲ୍। ବିଜେଡି ବର୍ତ୍ତମାନର ବିଧାୟିକା ପଦ୍ମିନୀ ଦିଆନ୍‌ଙ୍କ ବଦଳରେ ନୂଆ ମୁହଁକୁ ଟିକେଟ୍ ଦେବା ଆପାତତଃ ସ୍ଥିର ହୋଇଛି। ସେହିପରି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ଅନାମ ଦିଆନ୍ କଂଗ୍ରେସ ନେତୃତ୍ବ ସମ୍ଭାଳି ଟିକେଟ୍ ପାଇଁ ଦାବିଦାର ହୋଇଛନ୍ତି। ବିଜେପି ଟିକେଟ୍ ପାଇଁ ପୂର୍ବତନ ବିଧାୟକ ପ୍ରାର୍ଥୀ ଖଗେଶ ପୂଜାରୀଙ୍କୁ ମିଶାଇ ତିନି ଜଣ ଆଶାୟୀ ଅଛନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝିଙ୍କୁ ହରାଇ ବିଜୟୀ ହୋଇଥିଲେ ବିଜେଡିର ପଦ୍ମିନୀ ଦିଆନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳୀରେ ହସ୍ତତନ୍ତ, ବୟନ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ୨ବର୍ଷ ପରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ ପଦ୍ମିନୀ। ପଦ୍ମିନୀଙ୍କ ନିକଟରୁ ୧୨୦୦ ଭୋଟରେ ପରାଜିତ ହୋଇଥିବା ଚନ୍ଦ୍ରଶେଖର ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ୍ ହେବାପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ଥଇଥାନ ହୋଇଛନ୍ତି। ଏବେ ଚନ୍ଦ୍ରଶେଖର ଏବଂ ପଦ୍ମିନୀ ବିଜେଡି ଟିକେଟ୍ ପାଇଁ ଲବିରେ ଅଛନ୍ତି।

କଂଗ୍ରେସ ଶିବିରରେ ଟିକେଟ୍ ଲବିରେ ତିନି ଆଶାୟୀ ରହିଛନ୍ତି। ଚନ୍ଦ୍ରଶେଖର ଦଳ ଛାଡ଼ିବା ପରେ କଂଗ୍ରେସରୁ ପ୍ରମୁଖ ଆଶାୟୀ ଥିଲେ ପ୍ରଫୁଲ୍ଲ ଭତ୍ରା। ଏବେ ଅନାମ ଦିଆନ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନୀଳକଣ୍ଠ ପୂଜାରୀ ଲବିରେ ଅଛନ୍ତି। ବିଜେଡିକୁ ମାତ୍ ଦେବା ପାଇଁ ଅନାମ ସଙ୍ଗଠନକୁ ବେଶ୍ ସୁଦୃଢ଼ କରିଥିବାରୁ ବହୁ ନେତା ଅନାମଙ୍କ ସମର୍ଥନରେ ରାଜ୍ୟ ନେତାଙ୍କ ନିକଟରେ ଲବି କରିଛନ୍ତି। ତେବେ ଦଳ କାହାକୁ ଟିକେଟ୍ ଦେଉଛି ତାକୁ ନେତା, କର୍ମୀ ଅପେକ୍ଷା କରି ରହିଛନ୍ତି। ସେହିପରି ବିଜେପିରେ ମଧ୍ୟ ତିନି ଆଶାୟୀ ଟିକେଟ ଲବିରେ ଅଛନ୍ତି। ୨୦୧୯ରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଖଗେଶ ପୂଜାରୀ ୨୨ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ଖଗେଶଙ୍କ ସମେତ ଅବସରପ୍ରାପ୍ତ ସେନା କର୍ମଚାରୀ ରୁପୁ ଭତ୍ରା ଓ ପୂର୍ବତନ ସରପଞ୍ଚ ବାଳକୃଷ୍ଣ ମାଝୀ ଆଶାୟୀ ତାଲିକାରେ ଅଛନ୍ତି l ତେବେ କଂଗ୍ରେସର ଗଡ଼ ଭାବେ ପରିଚିତ କୋଟପାଡ଼ ଆସନରେ ୨୦୨୪ରେ ଶଙ୍ଖ ବାଜିବ, ପଦ୍ମ ଫୁଟିବ ନା ହାତ ଉଠିବ ତାହା ପ୍ରାର୍ଥୀ ଘୋଷଣା ପରେ ସ୍ପଷ୍ଟ ହୋଇଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।