ଦେଶ ବିଦେଶ

‘ନିର୍ବାଚନୀ ବଣ୍ଡ୍‌’କୁ ପ୍ରସଙ୍ଗ କରିବେ ବିରୋଧୀ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଅଧିକ ଆୟ ପ୍ରସଙ୍ଗ ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ପାଇଁ ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି। ୨୦୧୭ ମସିହାରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନ ପାଇଁ ଏଭଳି ବ୍ୟବସ୍ଥା ବିଜେପି ପ୍ରଚଳନ କରିଥିଲା ଏବଂ ଏହାକୁ ନିର୍ବାଚନୀ ଦାନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ଏକ ସଂସ୍କାର ବୋଲି ଦର୍ଶାଇଥିଲା। ତେବେ ଏହି ଯୋଜନାର ସମାଲୋଚନା ସତ୍ତ୍ୱେ ସରକାର ଏହା ସପକ୍ଷରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଏବଂ ଏହା ନିର୍ବାଚନରେ କଳାଟଙ୍କାର ପ୍ରଭାବକୁ ରୋକିବାରେ ସହାୟକ ହେଉଥିବା ନେଇ ତଥ୍ୟ ରଖାଯାଉଛି। ‌ଏହି ଯୋଜନା ଦାତାମାନଙ୍କୁ ବେନାମୀ ରହିବାକୁ ଅନୁମତି ଦେଉଥିଲା, ଯାହା ଦ୍ୱାରା ସେମାନେ ଦାନରୁ ଉପକୃତ ହେଉ ନ ଥିବା ରାଜନୈତିକ ଦଳଗୁଡ଼ିକର ପ୍ରତିଶୋଧରୁ ରକ୍ଷା ପାଇପାରୁଥିଲେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରିରୁ ମିଳିଥିବା ପାଣ୍ଠି ସମ୍ପର୍କରେ ରବିବାର ନିର୍ବାଚନ ଆୟୋଗ ଦ୍ବିତୀୟ ପର୍ଯ୍ୟାୟ ତଥ୍ୟ ସାର୍ବଜନୀନ କରିଛନ୍ତି। ବିଜେପି ୬,୯୮୬.୫ କୋଟି ଟଙ୍କା, ଟିଏମ୍‌ସିକୁ ୧,୩୯୭ କୋଟି ଟଙ୍କା, କଂଗ୍ରେସକୁ ୧,୩୩୪ କୋଟି ଟଙ୍କା ଏବଂ ବିଆର୍‌ଏସ୍‌କୁ ୧,୩୨୨ କୋଟି ଟଙ୍କା ମିଳିଛି। ତାମିଲନାଡୁରେ କ୍ଷମତାରେ ଥିବା ଡିଏମ୍‌କେ ସାଣ୍ଟିଆଗୋ ମାର୍ଟିନର ଫ୍ୟୁଚର ଗେମିଂରୁ ୫୦୯ କୋଟି ଟଙ୍କା ଆୟ କରିଛି। ୧ ମାର୍ଚ୍ଚ ୨୦୧୮ରୁ ୧୧ ଜାନୁଆରି ୨୦୨୪ ମଧ୍ୟରେ ନଗଦୀକରଣ ହୋଇଥିବା ୧୬,୪୯୨ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍‌ ମଧ୍ୟରୁ ବିଜେପି ୫୦% ନଗଦ କରିଛି ବୋଲି ନିର୍ବାଚନ କମିସନଙ୍କ ତଥ୍ୟରୁ ଜଣାପଡ଼ିଛି। ନିଯୁକ୍ତି ଓ ଅର୍ଥନୈତିକ ପୁନରୁଦ୍ଧାର ଭଳି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ୨୦୧୯ରେ ବିଜେପି ଖଣ୍ଡନ କରିଥିଲା। ଏଥର ‘୪୦୦ ପାର’ର ଟାର୍ଗେଟ ପୂରଣ ହେବ ବୋଲି ନିଶ୍ଚିତ ହୋଇଥିଲେ ହେଁ ବିଜେପିର ବିପୁଳ ଭଣ୍ଡାର ଏବଂ କିଛି ଦାତା ଓ ସେମାନଙ୍କ ବିରୋଧରେ ତଦନ୍ତ ମଧ୍ୟରେ ଲିଙ୍କ୍‌କୁ ଦର୍ଶାଇ ବିରୋଧୀମାନେ ନିଜର ଆକ୍ରମଣକୁ ଶାଣିତ କରିଛନ୍ତି। ବିରୋଧୀଙ୍କ ଅଭିଯୋଗକୁ ଦଳ କିଭଳି ଖଣ୍ଡନ କରୁଛି ଏବଂ ଭୋଟରଙ୍କ ଭାବନା ଉପରେ ପ୍ରତିକୂଳ ପ୍ରଭାବକୁ କିଭଳି ରୋକିବ ତାହା ଦେଖିବାକୁ ବାକି ରହିଲା।

ବର୍ଷ ବର୍ଷ ଧରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ସମେତ ଏକାଧିକ ଏଜେନ୍ସିର ରାଡାରରେ ଥିବା ଫ୍ୟୁଚର ଗେମିଂ ଆଣ୍ଡ୍‌ ହୋଟେଲ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ଠାରୁ ଚାନ୍ଦା ଗ୍ରହଣ କରିବା ନେଇ ଦଳ ପ୍ରଶ୍ନ କରିବ ବୋଲି ଆଶା କରାଯାଉଛି। ଏହି ଖୁଲାସା ପରେ ବିଜେପି ମୁଖପାତ୍ର ଆର୍‌ପି ସିଂହ କହିଛନ୍ତି ଯେ ୨୦,୦୦୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ମଧ୍ୟରୁ ଦଳକୁ ମାତ୍ର ୬,୦୦୦ କୋଟି ଟଙ୍କା ମିଳିଥିବା ବେଳେ ଅବଶିଷ୍ଟ ଦ୍ବାରା ବିରୋଧୀମାନେ ଲାଭବାନ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ