ରାଜ୍ୟ

ନିର୍ବାଚନ କମିସନର ନିଯୁକ୍ତିରେ ପ୍ରଧାନ ବିଚାରପତିଙ୍କ ଆବଶ୍ୟକତା ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ନିର୍ବାଚନ କମିସନରଙ୍କ ନିଯୁକ୍ତିକୁ ନେଇ ଦେଶରେ ଅଯଥା ବିବାଦ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି ଏବଂ ଏଥିପାଇଁ ନିର୍ବାଚନ କମିସନରଙ୍କ ନିଯୁକ୍ତିକୁ କୋର୍ଟରେ ଚ୍ୟାଲେଂଜ କରାଯାଇଛି ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି। ସୁସ୍ଥ ଗାଣତାନ୍ତ୍ରିକ ପ୍ରକ୍ରିୟାରେ ହେଉଥିବା ନିରପେକ୍ଷ ନିଯୁକ୍ତିକୁ ବିବାଦୀୟ କରିବା ପାଇଁ କିଛି ଲୋକ କୋର୍ଟର ଆଶ୍ରୟ ନେଉଥିବାରୁ ଏଭଳି ଆବେଦନକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ଦର୍ଶାଇ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ୧୩୮ ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂପୂର୍ଣ୍ଣ ସ୍ବଚ୍ଛ ପ୍ରକ୍ରିୟାରେ ହେଉଛି। ଏହା ପଛରେ କୌଣସି ପକ୍ଷପାତିତା କିମ୍ବା ଗୁପ୍ତ ଉଦ୍ଦେଶ୍ୟ ନାହିଁ। ଏହି ନିଯୁକ୍ତି ପାଇଁ ପ୍ରଧାନ ବିଚାରପତିଙ୍କୁ କମିଟିରେ ସାମିଲ କରାଯିବାର କିଛି ଆବଶ୍ୟକ ନାହିଁ। କେବଳ ବିଭ୍ରାନ୍ତି ଓ ଅନର୍ଥକାରୀ ବୟାନ ଆଧାରରେ ରାଜନୈତିକ ବିବାଦ ସୃଷ୍ଟି କରିବାକୁ କିଛିଲୋକ ଯୋଜନାବଦ୍ଧ ପ୍ରୟାସ କରୁଛନ୍ତି ବୋଲି ସରକାର ଦର୍ଶାଇଛନ୍ତି।

ଭାରତର ନିର୍ବାଚନ କମିସନରଙ୍କ ନିଯୁକ୍ତି ମାମଲାରେ କେବଳ ଅସମର୍ଥିତ ଓ କ୍ଷତିକାରକ ବୟାନ ଆଧାରରେ ରାଜନୈତିକ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା ଚାଲିଛି ଏବଂ ଆମେ ଏହାକୁ ଦୃଢ଼ ବିରୋଧ କରୁଛୁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଯେଉଁଠି ସାମ୍ବିଧାନିକ ପଦବିରେ ରହିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତାକୁ ନେଇ କୌଣସି ପ୍ରଶ୍ନ ଉଠିନାହିଁ କିମ୍ବା ପ୍ରାର୍ଥୀମାନେ ପଦ ପାଇଁ ଅଯୋଗ୍ୟ ବୋଲି ଦର୍ଶାଇବା ପାଇଁ କୌଣସି ତଥ୍ୟ ରେକର୍ଡରେ ଅଣାଯାଇନାହିଁ, ସେଠାରେ କେବଳ ବିବାଦ ସୃଷ୍ଟି ଉଦ୍ଦେଶ୍ୟରେ ନିଯୁକ୍ତି ପ୍ରକ୍ରିୟାରେ କାହିଁକି ବିରୋଧ କରାଯାଉଛି ବୋଲି ସରକାର ପ୍ରଶ୍ନ ଉଠାଇଛନ୍ତି। ମାର୍ଚ୍ଚ ୧୪ ତାରିଖରେ ତରବରିଆ ଭାବେ ଦୁଇ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗକୁ ସରକାର ଖଣ୍ଡନ କରିବା ସହ ପ୍ରଧାନ ବିଚାରପତିଙ୍କ ଅନୁପସ୍ଥିତିରେ ବି ସଂପୂର୍ଣ୍ଣ ପାରଦର୍ଶିତାର ସହ ନିଯୁକ୍ତି ସଂପାଦନ ହୋଇପାରୁଛି ବୋଲି ସରକାର କହିଛନ୍ତି।

ସୂଚନାଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନ ପରିଚାଳନାକୁ ଦୃଷ୍ଟିରେ ରଖି ସରକାର ଖାଲି ପଡ଼ିଥିବା ଦୁଇଟି ନିର୍ବାଚନ କମିସନର ପଦବିରେ ନିଯୁକ୍ତି ଦେଇଛନ୍ତି। ଜଣେ ମୁଖ୍ୟ ନିର୍ବାଚନ କମିସନରଙ୍କ ପାଇଁ ଏକାକୀ ଦାୟିତ୍ୱ ନିର୍ବାହ କରିବା ସମ୍ଭବ ନଥିବାରୁ ମାର୍ଚ୍ଚ ୧୪ ତାରିଖରେ ଦୁଇ ଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ଏହି ନିଯୁକ୍ତିକୁ ବିରୋଧ କରି ଏଥିରେ ରହିତାଦେଶ ଲଗାଇବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ ହୋଇଥିବାରୁ କେନ୍ଦ୍ର ସରକାର ସତ୍ୟପାଠ ମାଧ୍ୟମରେ ଏହି ମାମଲାରେ ନିଜର ପକ୍ଷ ରଖିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।