ଖେଳ ଦେଶ ବିଦେଶ

ଡେବ୍ୟୁ ଟେଷ୍ଟରେ ଚମକିଲେ ଶୁଭମନ ଓ ସିରାଜ୍‌, ଏମିତି ପ୍ରଶଂସା କଲେ ମାଷ୍ଟର ବ୍ଲାଷ୍ଟର

ନୂଆଦିଲ୍ଲୀ ୩୦/୧୨: ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣ ଟେଷ୍ଟ ମ୍ୟାଚ୍‌ରେ ୮ ଓ୍ବିକେଟ ବିନିମୟରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଛି । ଏହା ସହ ୪ ମ୍ୟାଚ୍‌ ବିଶିଷ୍ଟ ଟେ​‌ଷ୍ଟ ସିରିଜ୍‌ରେ ୧-୧ରେ ବରାବର କରିଛି ଭାରତୀୟ ଟିମ୍‌ । ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟିକତ୍ବରେ ଟିମ୍‌ ଇଣ୍ଡିଆର ଏହି ଖାସ ବିଜୟ ପାଇଁ ବିଶିଷ୍ଟ ଖେଳାଳି ପ୍ରଶଂସା କରିଛନ୍ତି। ଶୁଭେଚ୍ଛା ଜଣାଇଥିବା କ୍ରିକେଟରଙ୍କ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ସାମିଲ ରହିଛି।

ଅନ୍ତର୍ଜାତୀୟ ଟେଷ୍ଟରେ ଡେବ୍ୟୁ କରବା ସହ ୪୫ ଓ ୪୩ ରନ୍‌ର ପାଳି ଖେଳିଥିବା ଶୁଭମନ ଗିଲ ଓ ୫ ଓ୍ବିକେଟ ଅକ୍ତିଆର କରିଥିବା ମହମ୍ମଦ ସିରାଜଙ୍କୁ ପ୍ରଶଂସା କରିଛନ୍ତି ତେନ୍ଦୁଲକର। ଗିଲଙ୍କୁ ନେଇ ତେନ୍ଦୁଲକର କହିଛନ୍ତି, ଆତ୍ମବିଶ୍ବାସ ସହ ମ୍ୟାଚ୍‌ ଖେଳିବା ସହ ସେ ଅଷ୍ଟ୍ରେଲିଆ ବୋଲରଙ୍କ ବଲର ସାମ୍ନା କରିବା ସହ ଭଲ ସଟ୍‌ ଖେଳିଛନ୍ତି। ଟପ୍‌ ଅର୍ଡରରେ ୪୫ ଓ ୩୫ ରନ୍‌ର ପାଳି ଖେଳିବା ନିଶ୍ଚିତ ଭାବେ ଭଲ ଆରମ୍ଭ। ସିରାଜଙ୍କୁ ନେଇ ସଚିନ କହିଛନ୍ତି ତାଙ୍କ ବୋଲିଂକୁ ଭୁଲିଯିବା ଉଚିତ ନୁହେଁ। ଏମିତି ଜମା ଲାଗିଲାନି ଯେ ସେ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ପ୍ରଥମ ଓଭର ପରେ ସେ ଯେମିତି ନିଜ ବୋଲିଂରେ ସୁଧାର ଆଣିଲେ ଜମା ଲାଗିଲାନି ସିରାଜ ପ୍ରଥମ ଟେଷ୍ଟ ଖେଳୁଛନ୍ତି।

ଏହା ସହ ଜାଡେଜା ଭଲ ବ୍ୟାଟିଂ କରିଛନ୍ତି ବୋଲି ସଚିନ କହିଛନ୍ତି। କେବଳ ୫ ବୋଲର ନୁହଁନ୍ତି ବରଂ ଷଷ୍ଠ ନମ୍ବରରେ ଥିବା ଋଷଭ ପନ୍ତ, ସପ୍ତମରେ ଜାଡେଜା ଓ ୪ ଶତକ ସହିତ ୮ମ ନମ୍ବରରେ ଅଶ୍ବିନ୍‌ ମଧ୍ୟ ଜିତିବା ପାଇଁ ସହାୟତା କରିଛନ୍ତି। ଜାଡେଜା ଓ ରାହାଣେଙ୍କ ମଧ୍ୟ ବୁଝାମଣା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ମଧ୍ୟ ସଚିନ ତେନ୍ଦୁଲକର କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ