ରାଜ୍ୟ

ଆଜି ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ୱରକୁ ନେଇ ସମୀକ୍ଷା କରିବେ ସୁପ୍ରିମୋ

ଭୁବନେଶ୍ୱର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହେଉନି। ଶୀର୍ଷ ସ୍ତରରେ ଆଲୋଚନା ଜାରି ରହିଥିବା ସଙ୍କେତ ମିଳୁଛି। ଅନ୍ୟପଟେ ନିର୍ବା‌ଚନ ପାଇଁ ବିଜେଡି ତା’ର ସାଂଗଠନିକ ପ୍ରସ୍ତୁତି ଜୋର୍‌ଦାର କରିଛି। ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଦିନତମାମ ସାଂଗଠନିକ କସ୍‌ରତ ଚଳାଇଛନ୍ତି। ସୋମବାର ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ ‌କ୍ଷେତ୍ରର ସମୀକ୍ଷା ପରେ ଗତକାଲି କୋରାପୁଟ ଓ ନବରଙ୍ଗପୁର ପାଳି ଥିଲା। ପୂର୍ବାହ୍ନରେ କୋରାପୁଟ ଓ ଅପରାହ୍ନରେ ନବରଙ୍ଗପୁରର ସମୀକ୍ଷା କରିଥିଲେ ନବୀନ।

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ୧୪ଟି ବିଧାନସଭା ଆସନର ସ୍ଥିତି ସମୀକ୍ଷା ହୋଇଥିଲା। ସବୁଠି ବିଜେଡିର ପ୍ରଦର୍ଶନ ଯେମିତି ସର୍ବଶ୍ରେଷ୍ଠ ରହିବ, ସେଥିପାଇଁ ରୋଡ୍‌ମ୍ୟାପ୍ ବି ପ୍ରସ୍ତୁତ କରାଯାଇଥିଲା। ଆଜି ନବୀନ ନିବାସରେ ତିନୋଟି ଲୋକସଭା କ୍ଷେତ୍ରର ସମୀକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ସକାଳ ୧୦ ଟା ୩୦ରେ ବ୍ରହ୍ମପୁର ଲୋକସଭା, ୧୧ଟା ୩୦ରେ ଆସ୍କା ଲୋକସଭା ଓ ଅପରାହ୍ନରେ ଭୁବନେଶ୍ୱର ଲୋକସଭାକୁ ନେଇ ସମୀକ୍ଷା ହେବ | ବ୍ରହ୍ମପୁର ଲୋକସଭା ଓ ତା ଅଧୀନରେ ଥିବା ବିଧାନସଭାଗୁଡିକର ବିଜେଡି ବିଧାୟକ ଓ ନେତା ସାମିଲ ହେବେ |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।